ଗଞ୍ଜାମ ବସ୍‌ ଦୁର୍ଘଟଣା : ୪ ଯନ୍ତ୍ରୀ ନିଲମ୍ବିତ

ଭୁବନେଶ୍ବର : ଗତକାଲି ଗଞ୍ଜାମଠାରେ ବସ୍‌ରେ ୧୧ କେଭି ତାର ଲାଗି ନିଆଁ ଲାଗି ୧୦ ମୃତ ଘଟଣାକୁ ନେଇ ଲୋକସେବା ଭବନରେ ସମୀକ୍ଷା ବୈଠକ ଚାଲିଥିବାବେଳେ ଦୋଷକୁ ନେଇ ଠେଲାପେଲା ହେଉଥିବାର ଖବର ମିଳିଛି । ପ୍ରାଥମିକ ତଦନ୍ତ ରିପୋର୍ଟର ତର୍ଜମା ବେଳେ ବସ୍‌ ଟ୍ରାଜେଡି ପାଇଁ ବିଭିନ୍ନ ବିଭାଗ ମଧ୍ୟରେ କାଦୁଆ ଫିଙ୍ଗା ଜାରି ରହିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରେ ସାଉଥ୍‌କୋ ଦୋଷ ଲଦିଥିବାବେଳେ ଦାୟିତ୍ବରେ ଅବେହଳା ପାଇଁ ୪ ଜଣ ଯନ୍ତ୍ରୀଙ୍କୁ ନିଲମ୍ବନ କରାଯାଇଛି । ଗଞ୍ଜାମ ଇଲେକ୍ଟ୍ରିକାଲ୍‌ ଡିଭିଜନ୍‌ ଜେଇ, ସହକାରୀ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ଜେଇ, ଓ ସହକାରୀ ଯନ୍ତ୍ରୀଙ୍କୁ ସସ୍‌ପେଣ୍ଡ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ