ଟାଏକୋଣ୍ଡୋ ଏକାଡେମୀର ୨୦ ତମ କଲର ବେଲ୍ଟ ପରୀକ୍ଷା

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) : ଛତ୍ରପୁର ଟାଏକୋଣ୍ଡୋ ଏକାଡେମୀ ପକ୍ଷରୁ ୨୦ ତମ କଲର ବେଲ୍ଟ ପରୀକ୍ଷା ଆୟୋଜିତ ହୋଇଅଛି । ଏଥିରେ ରାଜ୍ୟ ଓ ଜିଲ୍ଲାରୁ ପରୀକ୍ଷକ ଭାବେ ମନୋନୀତ ହୋଇଥିବା କେ.ମନୋଜ ପ୍ରଧାନ ଆଜି ୪୦ ଜଣ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ନେଇ ଉତୀର୍ଣ୍ଣ କରାଇଛନ୍ତି । ଏଥିରେ ଛତ୍ରପୁର ଟାଏକୋଣ୍ଡୋ ଏକାଡେମୀର ୨୨ ଜଣ ଭାଗନେବା ସହ ଦିଗପହଣ୍ଡି ଟାଏକୋଣ୍ଡୋ ଏକାଡେମୀର ୧୨ ଜଣ ଏବଂ ଗଞ୍ଜାମ ଟାଏକୋଣ୍ଡୋ ଏକାଡେମୀର ୬ ଜଣ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି । ଏଥିରେ ଅତିଥି ଭାବେ ଛତ୍ରପୁର ସହରର କ୍ରୀଡାପ୍ରେମୀ ଏ.ରାବଣା ରାଓ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଏକ ଭିନ୍ନ ଧରଣର ମନ୍ତବ୍ୟ ଦେଇଥିଲେ । ଜିଲ୍ଲା ସଭାପତି ଶ୍ରୀକାନ୍ତ ମହାନ୍ତିଙ୍କ ସହ ଉପସଭାପତି କେ,ଲତା, ଅନିତା ମିଶ୍ର, ସିଏଚ୍.ପ୍ରସାଦ ନାୟକ,ଇ.ଲଲିତ କୁମାର, ବାସୁ ନାୟକ, ସୁନିତା ପାତ୍ର, ଅରୁଣ କୁମାର ରାଉଳ, ସନ୍ତୋଷ କୁମାର ମହାପାତ୍ର ଓ ସବିତା ରାଣା ସମେତେ ଅଭିଭାବକ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ