ବନ୍ତ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ପକ୍ଷରୁ ବନ୍ଧୁମିଳନ ଉତ୍ସବ
ବନ୍ତ,(ଯୁଗାବ୍ଦନ୍ୟୁଜ) : ବନ୍ତ ହାଇସ୍କୁଲ ପରିସରରେ ପୁରାତନ ଛାତ୍ର ସଂସଦ ପକ୍ଷରୁ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ଗୋବିନ୍ଦ ଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ପୁରାତନ ଛାତ୍ର ସେକ୍ ଜଲାଲଉଦ୍ଦିନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପରେ ପୁରାତନ ଛାତ୍ର ଗୋଲକ ସାହୁ, ମାନିକ ମଜୁମଦାର, ପ୍ରଫୁଲ୍ଲ ଦାସ, ମୁକ୍ତିକାନ୍ତ ସାହୁ, ତ୍ରିଲୋଚନ ପଣ୍ଡା, ଖୈରାତ୍ ଅଲ୍ଲୀ, ନରେନ୍ଦ୍ର ସାହୁ, ଅକ୍ଷୟ ଜେନା, ଅଖିଳ ଭାଟ୍ଟରାୟ, ରମେନ୍ ଚକ୍ରବର୍ତ୍ତୀ, ଅବଦୁଲ୍ କାଦର, ଧ୍ରୁବ ବେହେରା, ରବି ଦାସ, ଗୋପବନ୍ଧୁ ସେଠୀ, ସେକ୍ ଅହେମ୍ମଦ, ରାମ ଚନ୍ଦ୍ର ବାରିକ, ଦୋଳଗୋବିନ୍ଦ ସାହୁ, ବିନୋଦିନୀ ଜେନା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଗୋଲକ ମହାନ୍ତି, କାର୍ତ୍ତିକେଶ୍ୱର ଖୁଣ୍ଟିଆ, ପଦ୍ମଲୋଚନ ଧଳ, ଭାସ୍କର ଜେନାଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ମହତାବ ମଇ ବିଦ୍ୟାଳୟ ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ହାଇସ୍କୁଲର ସମସ୍ତ ଶିକ୍ଷକ, ପୂର୍ବତନ ଛାତ୍ର ନାରାୟଣ ଲେଙ୍କା, ରମାକାନ୍ତ ଜେନା, ବାଦଲ ମଜୁମଦାର ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ୫୫ରୁ ଉର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।


