ଶାନ୍ତିଶୃଙ୍ଖଳାର ସହିତ ମତଦାନ ଶେଷ ୬୮ ପ୍ରତିଶତ ମତଦାନ

ଗୋପ (ଜୁଗାବ୍ଦ ନ୍ୟୁଜ୍):: ଓଡ଼ିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନରେ ଆଜି ଶେଷ ହୋଇଛି । ଗୋପ ବ୍ଲକର ୩୧ ପଞ୍ଚାୟତରୁ ୨୮ଟି ପଞ୍ଚାୟତର ୧୭୨ଟି ବୁଥରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଶେଷ ହୋଇଛି । କେତେକ ସ୍ଥାନରେ କାଁ ଭାଁ ଗଣ୍ଡଗୋଳକୁ ଛାଡିଦେଲେ ସମସ୍ତ ସ୍ଥାନରେ ଅପାତତଃ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ଶେଷ ହୋଇଛି ବୋଲି ବିଡିଓ ଦିପ୍ତିରାଣୀ ଦାସ ସୂଚନା ଦେଇଛନ୍ତି । ଅଦ୍ୟାବଧି ୬୮ ପ୍ରତିଶତ ମତଦାନ କରାଯାଇଛି । ନିମାପଡା ନିର୍ବାଚନ ମଣ୍ଡଳୀର ୮୩ଟି ବୁଥ ଓ କାକଟପୁର ନିର୍ବାଚନ ମଣ୍ଡଳୀର ୮୯ଟି ବୁଥରେ ଭୋଟ ଗ୍ରହଣ ହୋଇଥିଲା । ସକାଳ ୭ରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୬ରେ ଶେଷ ହୋଇଥିଲା । ମାତ୍ର କେତେକ ସ୍ଥାନରେ ଇଭିଏମ୍ ଅଚଳ ଯୋଗୁଁ ବିଳମ୍ବରେ ମତଦାନ ଆରମ୍ଭ ହୋଇଥିବାରୁ ଖବର ଲେଖାହେବା ବେଳକୁ ମତଦାନ ଚାଲିଥିଲା । କାକଟପୁର ନିର୍ବାଚନ ମଣ୍ଡଳୀର ୫୫ ନଂ ବୁଥ ଓ ନିମାପଡାର ୨୬୬ ନଂ ବୁଥରେ ଅଦ୍ୟାବଧି ମତଦାନ ଚାଲୁ ରହିଥିବା ସୂଚନା ମିଳିଛି । ସମୁଦାୟ ୨୮ଟି ଭିଭିପାଟ୍ ମେସିନ ଖରାପ ହୋଇଥିବା ବେଳେ ୨୭ଟି ଭୋଟିଂ ମେସିନ୍ ଖରାପ ହୋଇଥିବା ଜଣାପଡିଛି । ଉକ୍ତ ବୁଥ୍ମାନଙ୍କରେ ତୁରନ୍ତ ନୂତନ ମେସିନ୍ ଯୋଗାଇ ଦିଆଯାଇ ପୁନଃ ମତଦାନ ଚାଲୁ କରାଯାଇଥିଲା । ଏହି ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଥିଲା । ପୁଲିସ ମୋବାଇଲ୍ ଟିମ୍ ସମେତ ଗୋପ ଥାନାଧିକାରୀ ସୌମ୍ୟଚିତ ମିଶ୍ର ବାରମ୍ବାର ସମସ୍ତ ଟିମ୍ଗୁଡିକର ତଦାରଖ କରୁଥିବା ବେଳେ ନିଜେ ଅନେକ ସ୍ଥାନକୁ ପାଟ୍ରୋଲିଂରେ ଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ