ସହିଦ ଜବାନଙ୍କ ଉଦ୍ଦେଶ୍ୟରେ ମହମବତୀ ଶୋଭାଯାତ୍ରା
ହାଟଡ଼ିହି : ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଜୱାନ ମାନଙ୍କ ପାଇଁ ହ୍ୱାଇଟ ଚ୍ୟାଲେଞ୍ଜ କ୍ଲବ ପକ୍ଷରୁ ଏକ ବିଶାଳ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅନନ୍ତ ମାଧବଜୀୟୁ ମନ୍ଦିରରୁ ବାହାରି ଆଗରପଡା ବଜାର ପରିକ୍ରମା କରିବା ସହିତ ସହିଦ ମାନଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ଏହି ଶୋଭାଯାତ୍ରାରେ ଛାତ୍ରନେତା ବିଶ୍ୱଜିତ ଜେନା, ମାନସ ରାୟ, ଜବିକାଶ ବିଶ୍ୱାଳ, ଜଗନ୍ନିବାସ ଜେନା, ତାପସ ପତି, ଦେବୀ ପ୍ରସାଦ ପତି, ବାବୁ ସିଂ, ଏସ.କେ ମୁନାଙ୍କ ନେତୃତ୍ୱରେ କେସିଭିଏମର ଛାତ୍ରଛାତ୍ରମାନେ ଯୋଗଦେଇଥିଲେ ।


