ଡିଏମଏଫରେ କୃତ୍ତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ହାଟଡ଼ିହି : ପଢ଼ିଆରିପଲ୍ଲି ପଞ୍ଚାୟତ ପଢ଼ିଆରିପଲ୍ଲି କ୍ଲଷ୍ଟରରେ ଡିଏମଏଫ ବୃତ୍ତି ପରୀକ୍ଷାରେ କୃତ୍ତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଏସିବି ଫାଉଣ୍ଡେସନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସିଆରସିସି ରବିନାରାୟଣ ଦାସମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ପଢ଼ିଆରିପଲ୍ଲି ସରପଞ୍ଚ ନିରୁପମା ପାତ୍ର, ମୁଖ୍ୟ ବକ୍ତା ଭାବେ ସମିତିସଭ୍ୟ ରାଜେନ୍ଦ୍ର କୁମାର ରାଉତ, ସମ୍ମାନୀତ ଅତିଥି ଭାବେ ପୁର୍ବତନ ସରପଞ୍ଚ ବିଷ୍ଣୁପଦ ନାୟକ, ଅବସରପ୍ରାପ୍ତ ଖେଳ ଶିକ୍ଷକ ବୃନ୍ଦାବନ ରାଉତ, ପଢ଼ିଆରିପଲ୍ଲି ନୋଡାଲ ଉପ୍ରା ବିଦ୍ୟାଳୟର ଶିକ୍ଷକ ପ୍ରଫୁଲ କୁମାର ନାୟକ ପ୍ରମୁଖ ଯୋଗ ଦେଇ ଡିଏମଏଫର ଏପରି ବୃତ୍ତି ଯୋଜନାକୁ ପ୍ରସଂଶା କରିବା ସହିତ ଏସିବି ଫାଉଣ୍ଡେସନର ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ କାର୍ଯ୍ୟଧାରାକୁ ଭୁୟସୀ ପସଂଶା କରିଥିଲେ । ମାଧବାନନ୍ଦ ପାଣିଗ୍ରାହୀ, ସତ୍ୟନାରୟଣ ଜେନା ମଞ୍ଚ ପରିଚାଳନା କରିଥିବାବେଳେ ଫାଉଣ୍ଡେସନର ପ୍ରତିଷ୍ଠାତା ଅଲେଖ ଚନ୍ଦ୍ର ବେହେରା ୩୭ଜଣ କୃତ୍ତି ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହ ବିଦ୍ୟାଳୟ, ପରିବାର, ଦେଶ ଓ ଜାତି ପାଇଁ ଗୌରବ ଆଣିବା ନିମନ୍ତେ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।


