ଇଂଲିସ ମିଡିୟମ୍ ସ୍କୁଲରେ ବାର୍ଷିକୋତ୍ସବ ପାଳିତ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍):ଏସ୍ଏମ୍ଆଇଟି ଗ୍ରୃପ ଅଫ୍ ଇନ୍ଷ୍ଟିଚ୍ୟୁଟ୍ ଦ୍ୱାରା ଚଣ୍ଡିପଦର ଠାରେ ସ୍ଥାପିତ ବୃନ୍ଦାବନ ନାୟକ ଇଂଲିସ ମିଡିୟମ୍ ସ୍କୁଲ ପରିସର ମଧ୍ୟରେ ଶୁକ୍ରବାର ଅନୁଷ୍ଠାନର ସଭାପତି ଡକ୍ଟର ଭଗବାନ ଗନ୍ତାୟତ ଅଧକ୍ଷତାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ପ୍ରଦ୍ୱୀପ ପ୍ରଜ୍ୱଳନ କରିବା ସହ ବୃନ୍ଦାବନ ନାୟକଙ୍କ ଜୀବନୀ କାହାଣୀ ଓ ତାଙ୍କର ଲକ୍ଷ୍ୟକୁ ସାକାର କରିବା ପାଇଁ ଇଂଲିସ ମିଡିୟମ୍ ନିର୍ମିତ କରାଯାଇ ତାଙ୍କର ସ୍ୱପ୍ନକୁ ସାକାର କରାଯାଇଛି । ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥିରୁପେ ବ୍ରହ୍ମପୁର ପୂର୍ବତନ ବିଧାୟକ ଡକ୍ଟର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ସମ୍ମାନୀତ ଅତିଥିରୁପେ ପୂର୍ବତନ ବିଡିଏ ଅଧକ୍ଷ ସୁବାସ ଚନ୍ଦ୍ର ମହାରଣା,ମୁଖ୍ୟବକ୍ତା ଭାବରେ ଶ୍ରୀ ପ୍ରଦୀପ ମଲାଣ , ଅନୁଷ୍ଠାନର ସଂପାଦକ ଶିକ୍ଷୟତ୍ରୀ ସଂଘମିତ୍ରା ଦାସ , କେ ଲିଜା ପାତ୍ର , ରୀତା ଦାସ , ବିଜୟ ଲକ୍ଷ୍ମୀ ପଣ୍ଡା, ପ୍ରେମଲତା ସାହୁ , ବିଜୟ ଚନ୍ଦ୍ର ବେହେରା , ଏସ୍ଏସ୍ ବିଶ୍ୱାଳ ପରିଚାଳନା କରିଥିଲେ । ଅନୁୂଷ୍ଠାନର କ ୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କର ନୃତ୍ୟୁ ପରିବେଶଣ ହୋଇଥିଲା ।


