ସତ୍ୟଭାମା ବିଦ୍ୟାପୀଠର ୩୯ତମ ବାର୍ଷିକତ୍ସୋବ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ହିଂଜିଳିକାଟୁ ବ୍ଳକ ବଡ଼ଖଣ୍ଡି ସତ୍ୟଭାମା ବିଦ୍ୟାପୀଠର ୩୯ତମ ବାର୍ଷିକତ୍ସୋବ ସୋମବାର ବିଦ୍ୟାଳୟ ପରିସରରେ ମହାଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଏ. ଶଙ୍କର ପ୍ରସାଦ ଆଚାରୀଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ମଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ. ରଘନାଥ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିବା ସହ ଆଦର୍ଶ ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୁର୍ଣ୍ଣ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ମହାରଣା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବଡ଼ଖଣ୍ଡି ସରଂପଚ କେ. ଦୁର୍ଗାପ୍ରସାଦ ରାଓ, ଗ୍ରାମ୍ୟ କମିଟି ସଭାପତି କେ. ଗୁରୁନାଥ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପି. ଗୋବିନ୍ଦ, ବଳରାମପୁର ଗ୍ରାମ୍ୟ କମିଟି ସଭାପତି ପି. ଲବ ପ୍ରମୁଖ ମଂଚାସିନ ଥିଲେ ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଚାରୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ରାମହରି ସାହୁ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ କାର୍ଯ୍ୟକ୍ରମ ଶେଷରେ ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା । ଶିକ୍ଷକ ଏଲ. ଲୋକନାଥ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ଶିକ୍ଷୟତ୍ରୀ ଦେବୀ ସାହୁ, ଚନ୍ଦ୍ରିକା ତ୍ରିପାଠି, ଶିକ୍ଷକ ଦିଲ୍ଲିପ କୁମାର ସାହୁ, କାଳୁ ଚରଣ ହାତି, ପ୍ରକାଶ ଚନ୍ଦ୍ର ସେଠୀ ଓ କର୍ମଚାରୀ ବୃନ୍ଦ କ଼ାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ