କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୯୩ ବ୍ୟାଚ୍ର ବନ୍ଧୁମିଳନ
କେନ୍ଦ୍ରାପଡା – କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୯୩ ବ୍ୟାଚ୍ ଦଶମ ଶ୍ରେଣୀ ପୁରାତନ ଛାତ୍ରମାନଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ସ୍ୱୟଂସିଦ୍ଧା ମଣ୍ଡପ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ହିରଣ୍ୟ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବନ୍ଧୁମିଳନରେ କୋଷାଧ୍ୟକ୍ଷ ଉମାକାନ୍ତ ସିଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ପ୍ରଭାତ କୁମାର ତ୍ରିପାଠୀ, ହେମନ୍ତ କୁମାର ଜେନା, ଭ୍ରମରବର ନନ୍ଦ, ପ୍ରହ୍ଲାଦ ସ୍ୱାଇଁ, ମିର୍ଜା କୈାଶର ଅଲ୍ଲୀ ବେଗ, ଦେବେନ୍ଦ୍ର କୁମାର ରାୟ, ଏମ୍ଡି ଫଜଲ୍ ବାରି, ଶରତ ଚନ୍ଦ୍ର ଜେନା, ସହଦେବ ମାଟି ଏବଂ ଶିକ୍ଷୟିତ୍ରୀ ବାସନ୍ତି ରାୟ, ପ୍ରମିଳା ଆଚାର୍ଯ୍ୟ, ଦିପ୍ତିବାଳା ତ୍ରିପାଠୀ, ସମିତା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ମୃତ୍ୟୁବରଣ କରିଥିବା ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ସମସ୍ତ ବନ୍ଧୁମାନେ ନିଜର ପରିଚୟ ପ୍ରଦାନ କରିଥିଲେ । ଶିକ୍ଷକ/ଶିକ୍ଷୟିତ୍ରୀମାନେ ଦୀର୍ଘ ୨୭ ବର୍ଷ ପରେ ତାଙ୍କର ଛାତ୍ରମାନଙ୍କୁ ଦେଖିବାପରେ ଖୁସିରେ ଭାବବିହ୍ୱଳ ହୋଇପଡିଥିଲେ । ଆଗାମୀ ଦିନରେ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର କିଭଳିଭାବେ ଜିଲ୍ଲାର ଏକ ଆଦର୍ଶ ବିଦ୍ୟାଳୟ ହୋଇପାରିବ ସେଥିପାଇଁ ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ଛାତ୍ରଗଣ ସମୂହ ଭାବେ ପ୍ରଚେଷ୍ଟା ଜାରି ରଖିବା ପାଇଁ ସଂକଳ୍ପ କରିଥିଲେ । ବାହାରେ ରହୁଥିବା ବନ୍ଧୁମାନେ ଉକ୍ତ କାର୍ଯ୍ୟକ୍ରମ ପାଇଁ ସହଯୋଗ କରିଥିବାରୁ ସମସ୍ତ ଛାତ୍ରଗଣ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଆଗାମୀ ଦିନରେ ଉକ୍ତ ଅନୁଷ୍ଠାନ କିଭଳି ଭାବେ ଆହୁରି ଅଧିକ କ୍ରିୟାଶୀଳ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା । ଶେଷରେ ସଂପାଦକ ସୟଦ୍ ମୁସ୍ତାକ ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭୀମସେନ ବେହେରା, ରଂଜିତ୍ କୁମାର ବରାଳ, ସେଖ୍ ରିୟାଜୁଦ୍ଦିନ୍, ମୀନକେତନ ସାମଲ, ନିରାକର ଜେନା, ସୁମନ୍ କୁମାର ଜେନା, ଦେବଦତ ସାମଲ, କଲ୍ୟାଣ ପ୍ରସାଦ ଦାସ, ମନମୋହନ ମଲ୍ଲ, ସେଖ୍ ଇଜାଜୁଲ୍ କରିମ୍, ସେଖ୍ ସାବିର, ପର୍ଶୁରାମ ପରିଡା, ଏମ୍.ଡି ନିସାଦ, ସାବିର୍ ଖାନ୍, କିଶୋର କୁମାର ସିଂ, ଡଃ. ଅଶୋକ କୁମାର ନାୟକ, ଦେବେନ୍ଦ୍ର ପାତ୍ର, ସୁବୋଧ କୁମାର ଲେଙ୍କା, ଗୋପିନାଥ ସ୍ୱାଇଁ, ଅବଦୁଲ୍ ସାଜିଦ୍ ଖାନ୍, ଦେବେନ୍ଦ୍ର ଦାସ, ଅକ୍ଷୟରାଜ୍ ସିଂ, ସେଖ୍ ଖାଲିଦ୍, ସେଖ୍ ଇଝାର ଅଲ୍ଲୀ, ଗଣେଶ କୁମାର ଦାସ, ମିର୍ ଆସିର୍, ସେଖ୍ ଆରିଫ୍ ଇକବାଲ୍, ଉମାଶଙ୍କର ପାଣି, ବଳଭଦ୍ର ସ୍ୱାଇଁ, ନିଗମାନନ୍ଦ ସାହୁ, ସେଖ୍ ଅବୁ କଲାମ୍, ସେଖ୍ ଲୋକମାନ୍, ସଦାଶିବ ମହାକୁଡ ପ୍ରମୁଖ ଶତାଧିକ ବନ୍ଧୁ ଏକତ୍ରିତ ହୋଇଥିଲେ ।