ବ୍ଲକ୍ ସ୍ତରୀୟ କଳାକାର ସଂଘ ଗଠିତ

ବେଲଗୁଣ୍ଠା,( ଶିବରାମ ଚୌଧୁରୀ): ଗାଙ୍ଗପୁର ଥାନା ଅନ୍ତର୍ଗତ ନାଟଙ୍ଗା ଗ୍ରାମ ସ୍ଥିତ ମହାଦେବ ମନ୍ଦିର ପ୍ରାଙ୍ଗଣରେ ବେଲଗୁଣ୍ଠା ଓ ବ୍ଲକ୍ ଶାଖାର ବରିଷ୍ଠ କଳାକାର ସଂଘ ଗଠିତ ହୋଇଯାଇଛି । ରଞ୍ଜନ କୁମାର ପାତ୍ରଙ୍କ ଆବାହକତ୍ଵ ତଥା ବରିଷ୍ଠ କଳାକାର ତଥା ଶିକ୍ଷାବିତ୍ ଅଭିମନ୍ୟୁ ପରିଡାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସାଙ୍ଗଠନିକ ବୈଠକରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ  ଏବଂ ସମ୍ମାନିତ ଅତିଥିଭାବେ ସଂଘ ଉପଦେଷ୍ଟା ଆନ୍ତର୍ଜାତୀୟ ଲୋକ କଳାବିତ୍ ନାରାୟଣ ମହାରଣା, ନାଟ୍ୟ ନିର୍ଦ୍ଦେଶକ ଦେବେନ୍ଦ୍ର ପ୍ରସାଦ ଶର୍ମା, ସାମ୍ବାଦିକ ଜଯକୃଷ୍ଣ ପଟ୍ଟନାୟକ ଯୋଗ ଦେଇ ସଂଘ ଶକ୍ତି ବ୍ୟକ୍ତି କୈନ୍ଦ୍ରିକ ଶକ୍ତିଠାରୁ କିଭଳି ଶକ୍ତିଶାଳୀ ସେ ସମ୍ପର୍କରେ ସ୍ୱବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ଅବସରରେ ବେଲଗୁଣ୍ଠା ବ୍ଲକ୍ ଶାଖା ବରିଷ୍ଠ କଳାକାର ସଂଘ ଗଠନ କରାଯାଇଥିଲା । ସର୍ବସମ୍ମତି କ୍ରମେ ସର୍ବଶ୍ରୀ ପ୍ରଶାନ୍ତ କୁମାର ଜେନା ସଭାପତି, ଶିବରାମ ରାଉତ ଉପସଭାପତି, ରଞ୍ଜିତ କୁମାର ପାତ୍ର ସମ୍ପାଦକ, ଗଣେଶ ରାଉତ ସହ ସମ୍ପାଦକ, ଜୁରେଶ୍ୱର ଲେଙ୍କା କୋଷାଧ୍ୟକ୍ଷ ଏବଂ ନିକୁଞ୍ଜ ଖଣ୍ଡୁଆଳ ଉପଦେଷ୍ଟା ଭାବେ ମନୋନୀତ ହୋଇଥିଲେ । ବ୍ଲକ୍ ଶାଖା କାର‌୍ୟ୍ୟକାରିଣୀ ସଦସ୍ୟ ଭାବେ ନାରାୟଣ ଗୌଡ଼, ପ୍ରକାଶ ଚନ୍ଦ୍ର ଭୁୟାଁ, ଇନ୍ଦ୍ରମଣି ପ୍ରଧାନ, ରମେଶ ଚନ୍ଦ୍ର ମହାରଣା ପ୍ରମୁଖ ମନୋନୀତ ହୋଇଥିଲେ । କର୍ମକର୍ତ୍ତା ଚୟନ ପ୍ରକ୍ରିୟା ସଂଘ ଉପସଭାପତି ପ୍ରଫୁଲ୍ଲ ବେହେରାଙ୍କ ଦ୍ଵାରା ସମାହିତ ହୋଇଥିବା ବେଳେ ସତୁରି ଜଣ ବରିଷ୍ଠ କଳାକାର ଜିଲ୍ଲା ସ୍ତରୀୟ ସଂଘର୍ରେ ସଦସ୍ୟତା ଗ୍ରହଣ କରିଥିଲେ । ଆୟୋଜକମାନଙ୍କ ଦ୍ଵାରା ପ୍ରସ୍ତୁତ ଏକ  ଶୋଭାଯାତ୍ରାରେ ଅତିଥିମାନଙ୍କୁ ଗ୍ରାମ ପରିକ୍ରମା ସହ ଠାକୁର ଦର୍ଶନ କରାଯାଇଥିଲା । ପରିଶେଷରେ ବେଲଗୁଣ୍ଠା ବ୍ଲକ୍ ସମ୍ପାଦକ ରଞ୍ଜିତ କୁମାର ପାତ୍ର ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ