କୁରାଢ଼ିଘସାରେ ହସ୍ତତନ୍ତ ସୁତାରଙ୍ଗ ତାଲିମ ଶିବିର

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ବ୍ଲକ ପଢ଼ିଆରିପଲ୍ଲି ପଞ୍ଚାୟତସ୍ଥ କୁରାଢ଼ିଘସା ଠାରେ ଥିବା ସିଦ୍ଧେଶ୍ୱର ତନ୍ତବାୟ ସହଯୋଗ ସମିତି ଲିଃ ଠାରେ ଦକ୍ଷତାବୃଦ୍ଧି ଓ ସୁତାରଙ୍ଗ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ଦ୍ୱାରା ପ୍ରାୟୋଜିତ ଏହି ତାଲିମ ଶିବିର କୁରାଢ଼ିଘସାର ବୁଣାକାରଙ୍କ ଆବଶ୍ୟକତାକୁ ନେଇ ଉପାର୍ଜନକ୍ଷମ କରାଇବା ଲକ୍ଷରେ ୨୦ଜଣ ବୁଣାକାରଙ୍କୁ ୨ମାସ ପାଇଁ ତାଲିମ ଦେବାର ବ୍ୟବସ୍ଥା କରାଯାଇଛି । ଏହି ଶିବିରକୁ ବାରିପଦାର ସହକାରୀ ବୟନଶିଳ୍ପ ନିର୍ଦ୍ଦେଶିକା ମଧୁସ୍ମିତା ଦାସ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ । ସୁପରଭାଇଜର କାଶିନାଥ ଦାସ ମଞ୍ଚ ପରିଚାଳନା କରିବା ସହିତ ତାଲିମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିବାବେଳେ ଅନ୍ୟତମ ଅତିଥିଭାବେ ପଢ଼ିଆରିପଲ୍ଲି ସରପଞ୍ଚ ନିରୁପମା ପାତ୍ର, ଉପସହକାରୀ ନିବନ୍ଧକ ସୁକୁମାର ବେହେରା, ନିରୀକ୍ଷକ କାଶୀନାଥ ବେହେରା, ସଭାପତି ଶତୃଘ୍ନ ବେହେରା ପ୍ରମୁଖ ଯୋଗଦେଇଥିଲେ । ସମିତିର ସମ୍ପାଦକ ନାରାୟଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ