୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଦେଲେ ୨୨୧୯ ପରୀକ୍ଷାର୍ଥୀ, ୨୧ ଅନୁପସ୍ଥିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ବୁଧବାର ଠାରୁ ଆରମ୍ଭ ହୋଇଯାଇଛି । ପ୍ରଥମ ଦିବସ ମାତୃଭାଷା ପରୀକ୍ଷା ଶାନ୍ତି ଶୃ୍ଖଳାର ସହ ଶେଷ ହୋଇଛି । ପ୍ରଥମ ଦିବସରେ ହିଂଜିଳିକାଟୁ ବ୍ଳକର ୯ଟି ପରୀକ୍ଷା କେନ୍ଦ୍ରରେ ୨୨୪୦(ରେଗୁଲାର ୨୧୩୭ ଓ ଏକ୍ସ ରେଗୁଲାର୧୦୩) ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୨୧୯(ରେଗୁଲାର ୨୧୧୭ ଓ ଏକ୍ସ ରେଗୁଲାର୧୦୨) ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିଥିବା ବେଳେ ୨୧(ରେଗୁଲାର ୨୦ ଓ ଏକ୍ସ ରେଗୁଲାର୧) ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ହିଂଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ଠାରୁ ପକ୍ାଶ । ସ୍ଥାନୀୟ ବ୍ଳକ ବୁରୁପୋଡ଼ା ଭଗବତି ବିଦ୍ୟାପୀଠ ପରୀକ୍ଷା କେନ୍ଦ୍ରରେ ୨୬୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ (ରେଗୁଲାର ୨୫୨ ଓ ଏକ୍ସ ରେଗୁଲାର୧୩) ୨୬୩ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିଥିବା ବେଳେ ୨ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ । ପୋଡ଼ିଙ୍ଗି ଶ୍ୟାମଳାଇ ବିଦ୍ୟାପିଠ ପରୀକ୍ଷା କେନ୍ଦ୍ରରେ ୧୫୬ ପରୀକ୍ଷାର୍ଥୀଙ୍କ ମଧ୍ୟରୁ (ରେଗୁଲାର ୧୪୬ ଓ ଏକ୍ସ ରେଗୁଲାର୧୦) ୧୫୩ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିଥିବା ବେଳେ ୩ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ । ପୌରାଂଚଳ ବୃନ୍ଦାବନ ସରକାରୀ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୭୨୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ (ରେଗୁଲାର ୬୯୬ ଓ ଏକ୍ସ ରେଗୁଲାର୨୯) ୭୨୧ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିଥିବା ବେଳେ ୪ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ । ଏନଏସି ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୨୧୬ ପରୀକ୍ଷାର୍ଥୀଙ୍କ ମଧ୍ୟରୁ (ରେଗୁଲାର ୨୦୫ ଓ ଏକ୍ସ ରେଗୁଲାର୧୧) ୨୧୧ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିଥିବା ବେଳେ ୫ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ । ମକରଝୋଳ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୧୨୬ ପରୀକ୍ଷାର୍ଥୀଙ୍କ ମଧ୍ୟରୁ (ରେଗୁଲାର ୧୧୯ ଓ ଏକ୍ସ ରେଗୁଲାର୭) ୧୨୫ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିଥିବା ବେଳେ ଜଣେ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ । ସାରୁ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୧୬୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ (ରେଗୁଲାର ୧୫୬ ଓ ଏକ୍ସ ରେଗୁଲାର ୭) ସମସ୍ତ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ । କଂଚୁରୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୨୧୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ (ରେଗୁଲାର ୨୦୦ ଓ ଏକ୍ସ ରେଗୁଲାର୧୩) ୨୧୦ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିଥିବା ବେଳେ ୩ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ । ଗଣ୍ଡଳା ଗଣେଷ ବିଦ୍ୟାପିଠ ପରୀକ୍ଷା କେନ୍ଦ୍ରରେ ୨୦୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ (ରେଗୁଲାର ୧୯୧ ଓ ଏକ୍ସ ରେଗୁଲାର୧୨) ୨୦୧ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିଥିବା ବେଳେ ୨ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ । ସେହିପରି ସାହାପୁର ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୧୭୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ (ରେଗୁଲାର ୧୭୨ ଓ ଏକ୍ସ ରେଗୁଲାର୧) ୧୭୨ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିଥିବା ବେଳେ ଜଣେ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ । ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ତହସିଲଦାର ଗୋପିନାଥ କୁଅଁର, ଅତିରିକ୍ତ ତହସିଲଦାର ଦେବରାଜ ପାତ୍ର ଓ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ପରିଦର୍ଶନ କରିଥିବା ବେଳେ ଶାନ୍ତି ଶୃଙ୍ଖଳା ସକାଶେ ହିଂଜିଳି ଥାନା ପକ୍ଷରୁ ପୋଲିସ ପ୍ରଶାସନ ନିୟୋଜିତ କରାଯାଇଥିଲା । ଶନିବାର ୨ୟ ଭାଷା ଇଂରାଜୀ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ମାର୍ଚ୍ଚ ୨ ତାରିଖରେ ପରୀକ୍ଷା ଶେଷ ହେବ ।


