ପରୀକ୍ଷା ଦେଲେ ୨୫୩୮ ପରୀକ୍ଷାର୍ଥୀ, ୪୬ ଅନୁପସ୍ଥିତ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବୁଧବାର ବନ୍ତ ବ୍ଲକର ୧୪ଟି ମାଟ୍ରିକ୍ ପରୀକ୍ଷା କେନ୍ଦ୍ରରେ ୨୫୩୮ ଜଣ ପରୀକ୍ଷାର୍ଥୀ ଶାନ୍ତିଶୃଂଖଳାର ସହ ପରୀକ୍ଷା ଦେଇଥିବା ବେଳେ ୪୬ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ଜଣାଯାଇଛି । ବନ୍ତ ହାଇସ୍କୁଲ ନୋଡାଲ ସେଣ୍ଟର ଅଧିନରେ ଥିବା ୭ଟି ପରୀକ୍ଷା କେନ୍ଦ୍ରରେ ୩୮ ଜଣ ଅନୁପସ୍ଥିତ ଥିବା ବେଳେ ଆଗରପଡା ସରକାରୀ ବାଳିକା ହାଇସ୍କୁଲ ନୋଡାଲ ଅଧିନରେ ଥିବା ୭ଟି ପରୀକ୍ଷା କେନ୍ଦ୍ରରେ ୮ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି । ବ୍ଲକର ବନ୍ତ ହାଇସ୍କୁଲ, ନିଳୋକ ହାଇସ୍କୁଲ, ଗୋବିନ୍ଦପୁରସ୍ଥିତ ପୁରୁଷୋତ୍ତମ ସେଠୀ ନୋଡାଲ ହାଇସ୍କୁଲ, ଗଣିଜାଙ୍ଗ ନେହେରୁ ନୋଡାଲ ଉଚ୍ଚ ବିଦ୍ୟାପୀଠ ଆଦି ୪ଟି ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲାଗିଥିବା ଜଣାଯାଇଛି ।