ପ୍ରାଧିକରଣ ଦ୍ୱାରା ଫନି ନିମନ୍ତେ ରିଲଫ ସାମଗ୍ରୀ ପ୍ରଦାନ
ଦିଗପହଣ୍ଡି (ଯୁଗାବ୍ଦ ନ୍ୟୁଜ) ଫନି ଦ୍ୱାରା ପ୍ରଭାବିତ ଅଞ୍ଚଳ ମାନଙ୍କୁ ଜିଲ୍ଲା ପ୍ରଶାସନ ଦ୍ୱାରା ରିଲିଫ ସାମଗ୍ରି ଦାନ କରାଯିବା ନିମନ୍ତେ ଜନ ସାଧାରଣଙ୍କ ଠାରୁ ଶୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରି ପ୍ରଦାନ କରାଯିବ ନିମନ୍ତେ ଅନୁରୋଧ ଥିଲା । ଏହି ଅନୁରୋଧ କ୍ରମେ ଜିଲ୍ଲା ଆଇନ ସେବା ପ୍ରଧିକରଣ କାର୍ଯ୍ୟାଳୟ ଦ୍ୱାରା ମଧ୍ୟ କିଛି ଶୁଖିଲା ଖାଦ୍ୟ ସାମଗ୍ରି ଯଥା-ଚୁଡା ,ମୁଢି ,ଗୁଡ କ୍ୟାଣ୍ଡେଲ ,ବ୍ରେଡ, ବିସ୍କୁଟ , ଇତ୍ୟାଦି ଉପଜିଲ୍ଲା ପାଳ , ବ୍ରହ୍ମପୁର ଙ୍କ କାର୍ଯ୍ୟାଳୟ ଦ୍ୱାରା ଷ୍ଟାଫ ଓ ପ୍ରାଧିକରଣ ସହ ଜଡିତ ପାନାଲ ଓକିଲ ପାରାଲିଗାଲ ଭଲ୍ୟୁଣ୍ଟରମ ମାନଙ୍କ ଦ୍ୱାରା ପ୍ରଧିକରଣ କାର୍ଯ୍ୟାଳୟ ଠାରେ ଜମା କରାଯାଇଥିଲା ପରିଶେଷରେ ଏହି ସାମଗ୍ରି ଗୁଡିକ ଉପଜିଲ୍ଲା ପାଳ ଙ୍କ କାର୍ଯ୍ୟାଳକୁ ପଠାଇ ଦିଆ ଯାଇଥିଲା । ପ୍ରଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଜର୍ଜ ଶ୍ରୀ ଯୁକ୍ତ ବୀଭୁ ପ୍ରସାଦ ରାଉତର୍ୟା ଙ୍କ ନିର୍ଦ୍ଧେଶ କ୍ରମେ ଏହି କାର୍ଯ୍ୟଟିକୁ ପ୍ରଧିକରଣ ସଚିବ ଶ୍ରୀ ଯୁକ୍ତ ବିଜୟ କୁମାର ଦାସ ସୁଚାରୁ ରୁପେ ସଂପାଦନ କରିଥିଲେ । ପ୍ରଧିକରଣ ଏହି ତତ୍ପରତାକୁ ବହୁ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି ।