ଚତୁର୍ଦ୍ଦଶ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ନୟାଗଡ,(ଯୁଗାବ୍ଦ ନ୍ୟୁଜ୍‌) : ନୟାଗଡ ଜିଲ୍ଲା ରଣପୁର ବ୍ଲକ ରମାବିଲ ଗ୍ରାମରେ ଅବସ୍ଥିତ ମା କାଳିକା ଠାକୁରାଣୀଙ୍କ ଗୁରୁବାର ତୃତୀୟ ଦିନରେ ପହଞ୍ଚିଥିବା ବେଳେ ଏହି ମହାନ ଯଜ୍ଞ ଆସନ୍ତା କାଲି ଉଦ୍‌ଯାପିତ ହେବ ବୋଲି ଜଣାପଡିଛି । ହିନ୍ଦୁ ଧର୍ମୀୟ ରିତିନୀତି ଅନୁଯାୟୀ ଯଜ୍ଞ ଆରମ୍ଭର ପ୍ରଥମ ଦିନରେ ଅଙ୍କୁରାରୋପଣ , ସାଲା ମଣ୍ଡନ , ଓ ଦିତୀୟ ଦିନରେ ଜଳଯାତ୍ରା, ଘଟସ୍ଥାପକ ଓ ଅଗ୍ନିସ୍ଥାପକ କାର୍ଯ୍ୟସଂମ୍ପର୍ଣ୍ଣ ହୋଇଥିବା ବେଳେ ତୃତୀୟ ଦିନରେ ମହାଯ କାର୍ଯ୍ୟକ୍ରମ ଚାଲିଛି । ଏହି ମା କାଳିକା ଠାକୁରାଣୀଙ୍କୁ ଦର୍ଶନ କରିବା ସହ ଅପାର କରୁଣା ଲାଭ କରିବା ନିମନ୍ତେ ଏହାର ନିକଟବର୍ତ୍ତୀ ଅଂଚଳରୁ ଶହ ଶହ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଛି । ଏଥିସହ ଗ୍ରାମ୍ୟ କମିଟି ତରଫରୁ କିଭଳି ଭାବରେ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହେବ ସେଥିଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ