ଆଖି ବୁଜିଲେ ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ର
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍) : ଭୂବନେଶ୍ୱର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ବ୍ରହ୍ମପୁରର ବିଜେଡି ନାରୀନେତ୍ରୀଙ୍କ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସୂଚନାନୁଯାୟୀ ତାଙ୍କ ପୁଅକୁ ନ୍ୟାୟ ଦାବୀରେ ଏସ୍ପି କାର୍ଯ୍ୟାଳୟକୁ ଯାଇ ଏସ୍ପିଙ୍କ ସହ ସାକ୍ଷାତ ହୋଇପାରିନଥିବାରୁ ସେ ନିଜର ମାନସିକ ଚାପରେ ଏସପି କାର୍ଯ୍ୟାଳୟ ପରିସରରେ ନିଜର ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏସପି କାର୍ଯ୍ୟାଳୟରେ କାର୍ଯ୍ୟକରୁଥିବା ୨ ଜଣ କର୍ମଚାରୀ ହଠାତ୍ ମହିଳାଙ୍କ ଚିତ୍କାର ଶୁଣି ନିଆଁ ଦାଉରୁ ରକ୍ଷା କରିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ଗୁରୁ୍ତର ରହିଥିବାରୁ ତାଙ୍କୁ କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏହା ପରେ ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଅବନ୍ନତି ଦେଖାଦେଇଥିବାରୁ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତିକରାଯାଇଥିଲା । ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଘରୋଇ ହସପିଟାଲରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଭଳି ଘଟଣା ପ୍ରଘଟ ହେବା ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।