ସ୍ୱାଧିନତାର ୭୨ ବର୍ଷ ପରେ ମଧ୍ୟ ଗୁଣିଗାରେଡି ଅନ୍ଧ ବିଶ୍ୱାସ

ସ୍ୱାଧିନତାର ୭୨ ବର୍ଷ ପରେ ମଧ୍ୟ ଭାରତ ବର୍ଷର କିଛି ସ୍ଥାନରେ ଲାଗିରହିଛି ଅନ୍ଧ ବିଶ୍ୱାସର ଗୁଣିଗାରେଡି ପଂରପରା । ଆଧୁନିକ ସମୟରେ ମଣିଷ ଡିଜିଟାଲ ଦୁନିଆରେ ରଙ୍ଗୀନ ସ୍ୱପ୍ନ ଦେଖି ମଙ୍ଗଳ ଗ୍ରହରେ ଆଉ ଏକ ଦୁନିଆର ଅନୁସନ୍ଧାନ କରୁଥିବା ବେଳେ ଆଦିବାସୀ ଅଂଚଳରେ ଆଜି ବି ଲୋକେ ଗୁଣିଗାରେଡି ଉପରେ ବିଶ୍ୱାସ ରଖିଛନ୍ତି । ଲୋକମାନେ ଅସୁସ୍ଥ ହେଲେ ଆଧୁନିକ ସମୟରେ ମେଡିକାଲ ଉପରେ ନିର୍ଭର କରିଥିବା ବେଳେ ଆଦିବାସୀ ଅଂଚଳରେ ଆଜି ବି ଗୁଣିଗାରେଡି ଉପରେ ଲୋକମାନଙ୍କର ଅତୁଟ ବିଶ୍ୱାସ ରହିଛି । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ କଲୋନୀପଡା ଠାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମହିଳା ଅହଲ୍ୟା ପଡୋଶୀ ଗୁଣିଗାରେଡି କରିଥିବା ସଂନ୍ଦେହ ନେଇ ପଡୋଶୀ ଅଭିଯୋଗ କରିଛନ୍ତି । ପଡୋଶି ମହିଳା ଜଣଙ୍କ ମଧ୍ୟ ଗୁଣିଆ ପାଖକୁ ଯାଇଥିଲେ ଗୁଣିଆ ମଧ୍ୟ ଗୁଣିଆ ହୋଇଥିବା କଥା କହିଛି । ସଂପୃକ୍ତ ଘରରୁ ହାଡ କଙ୍କାଳ ଜବତ ହୋଇଛି । ଏନେଇ ଗ୍ରାମରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ମଣିଷ ଏହି ଅନ୍ଧବିଶ୍ୱାସରୁ କେବେ ମୁକୁଳି ପାରିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ