ରଥଖଳାରେ ଅଘଟଣ ରଥକାଠ ପଡ଼ି ହେଲ୍ପର ଗୁରୁତର

ପୁରୀ (ଯୁଗାବ୍ଦ ନ୍ୟୁଜ): ଶନିବାର ରଥଖଳାରେ ଏକ ଅଘଟଣ ଘଟିଯାଇଛି । ରଥକାଠ ଟ୍ରକ୍ରୁ ଖାଲି କରୁଥିବାବେଳେ ଏକ କାଠ ଉକ୍ତ ଗାଡ଼ିର ହେଲ୍ପର ଗୋଡ଼ରେ ମାଡ଼ିଯାଇଥିଲା । ଫଳରେ ତାକୁ ଗୁୁରୁତର ଅବସ୍ଥାରେ ପ୍ରଥମେ ପୁରୀ ମେଡିକାଲ ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେ ହେଲା ମାନସ ପ୍ରଧାନ, ଘର ଦଶପଲ୍ଲା ବୋଲି ଜଣାପଡ଼ିଛି । ସୂଚନା ଥାଉ କି ଆସନ୍ତା ଜୁଲାଇ ୭ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହେବ । ସେଥିପାଇଁ ଆଜି ରଥଖଳାକୁ ଶେଷ ରଥକାଠ ଦଶପଲ୍ଳାରୁ ଆସି ପହଞ୍ଚିଥିଲା । ସେହି କାଠକୁ ରଥଖଳାରେ ଖାଲି କରିବା ସମୟରେ ଏପରି ଦୁର୍ଘଟଣା ଘଟିଥିଲା । ଏ ସମ୍ପର୍କରେ ଶ୍ରୀମନ୍ଦିରର ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡାଙ୍କୁ ପଚାରିବାରୁ ସେ କହିଥିଲେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆହତଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସହାୟତା ଯୋଗାଇ ଦିଆଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ