ଓଡ଼ିଶା ସହ ମୋଟ ସାତଟି ଜାଗାରେ ରହିଛି ଜଗନ୍ନାଥଙ୍କ ଭୂ ସମ୍ପତ୍ତି – ପ୍ରତାପ ଜେନା
ଭୁବନେଶ୍ବର : ଓଡ଼ିଶା ସହ ମୋଟ ୭ଟି ରାଜ୍ୟରେ ରହିଛି ଜଗନ୍ନାଥଙ୍କ ଭୂ- ସମ୍ପତ୍ତି। ଓଡ଼ିଶା ବାହାରେ ଜଗନ୍ନାଥଙ୍କର ରହିଛି ମୋଟ ୩୯୫.୨୫୨ ଜମି। ପଶ୍ଚିମବଙ୍ଗ, ଆନ୍ଧ୍ର, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ବିହାର, ଛତିଶଗଡରେ ଜମି ରହିଥିବାର ପ୍ରକାଶ କରିଛନ୍ତି ଆଇନମନ୍ତ୍ରୀ। ଓଡ଼ିଶା ପରେ ପଶ୍ଚିମବଙ୍ଗରେ ରହିଛି ଜଗନ୍ନାଥଙ୍କ ସର୍ବାଧିକ ଜମି। ପଶ୍ଚିମବଙ୍ଗରେ ମୋଟ ୩୨୨ ଏକର ୯୩୦ଡେସିମିଲି ଜମି ରହିଛି। ଆନ୍ଧ୍ରରେ ୧୭.୦୨୦ ଏକର ଜମି ରହିଥିବାବେଳେ ମହାରାଷ୍ଟ୍ରରେ ୨୮.୨୧୮ ଏକର, ମଧ୍ୟପ୍ରଦେଶରେ ୧୫,୧୧୦ ଏକର, ବିହାରରେ ୦.୨୭୪ ଏକର, ଛତିଶଡରେ ୧.୭୦୦ ଏକର ଜମି ରହିଛି। ଓଡ଼ିଶା ବାହାରେ ଜଗନ୍ନାଥଙ୍କର ମୋଟ ୩୯୫.୨୫୨ ଏକର ଜମି ରହିଛି। ମହାପ୍ରଭୁ ଜଗନ୍ନାଥଙ୍କ ଜମିରୁ ମୋଟ ୨୫ ହଜାର ଏକର ଜବରଦଖଲ କରାଯାଇଛି। ମୋଟ ୬୦,୪୨୬ ଏକର ଜମି ମହାପ୍ରଭୁଙ୍କର ଚିହ୍ନଟ ହୋଇଛି । ସେଥିରୁ ୩୪, ୮୦୩ ଏକର ଜମିର ସ୍ବତ୍ତ୍ବଲିପି ଶ୍ରୀମନ୍ଦିର ପ୍ରଶାସନକୁ ମିଳିଛି। ସେହିପରି ଜଗନ୍ନାଥ ମହାପ୍ରଭୁଙ୍କର ମୋଟ ସମ୍ପତ୍ତି ୬୨୬କୋଟି ୪୪ ଲକ୍ଷ ୭୮ ହଜାରଟଙ୍କା ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା। ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କର ୫୪୫ କୋଟି ରହିଛି ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା। ଏହି ଟଙ୍କାକୁ ମାର୍ଚ୍ଚ ୧୯ ଓ ୩୦ ତାରିଖରେ ଉଠାଯାଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଜମା କରାଯିବ। ୨୦୧୯ ମସିହା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ୟେସ୍ ବ୍ୟାଙ୍କରେ ୫୯୨ କୋଟି ଜମା ଥିଲା ବୋଲି କହିଛନ୍ତି ମନ୍ତ୍ରୀ।