ଧାନକିଣା ତାତି : ଗୃହ ଅଚଳ

ଭୁବନେଶ୍ୱର : ପୁଣି ଧାନ କିଣାକୁ ନେଇ ସରଗରମ ହୋଇଯାଇଛି ବିଧାନସଭା । ଚାଷୀଙ୍କ ଧାନ କିଣା ଦାବିରେ ବିଜେପି ଓ କଂଗ୍ରେସ ବିଧାୟକମାନେ ଗୃହକୁ କମ୍ପାଇ ଦେଇଛନ୍ତି । ବିରୋଧୀଙ୍କ ହାଲାବୋଲରେ ଗୃହ ଏକରକମ ଅଚଳ ହୋଇଯାଇଛି । ପୂର୍ବାହ୍ନ ସାଢେ଼ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଗତକାଲି ଭଳି ଆଜି ମଧ୍ୟ ବିଜେପି ଓ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ । ବିରୋଧୀ ବିଧାୟକମାନେ ହାତରେ ପ୍ଲାକାଡର଼୍ ଧରି ନାରାବାଜି ଆରମ୍ଭ କରିଦେଇଥିଲେ । ‘ମିଲର ଦଲାଲି ବନ୍ଦ କର’, ‘ଚାଷୀଙ୍କୁ ନଦିଅ ମରଣ, ଚାଷୀଠୁ ଚଂଚଳ ଧାନ କିଣ’, ‘ଅସଲ ଚାଷୀର ନାହିଁ ଟୋକନ, କାହାଠାରୁ ତୁମେ କିଣୁଛ ଧାନ’, ‘ଚାଷୀ ବିକିନି ଧାନ, ଧାନ ବିକିଲା କିଏ ?’ ଆଦି ପ୍ଲାକାଡର଼୍ ପ୍ରଦର୍ଶନ କରି ନାରବାଜି କରିଥିଲେ । ଗୃହରେ ବିରୋଧୀ ହଟ୍ଟଗୋଳ କରିବାରୁ ବାଚସ୍ପତି ଗୃହକୁ ୧୦ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ