ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ ବେଳେ ଲାଂଚ ନେଇ ତହସିଲ କିରାଣୀ ଭିଜଲାନ୍ସ ଜାଲରେ

କେନ୍ଦ୍ରାପଡା : ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର ହୋଇଥିବା ଚିକିତ୍ସା ସହାୟତା ପାଣ୍ଠି ବାବଦ ୩୫ହଜାର ଟଙ୍କାର ଚେକ ପ୍ରଦାନ ନିମନ୍ତେ ଜିଲ୍ଲାର ମହାକାଳପଡା ତହସିଲର ନାଜର ଚନ୍ଦ୍ରକାନ୍ତ ହାଂସଦା ଏକ ହଜାର ଟଙ୍କା ସୋମବାର ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି । ଅଭିଯୋଗରୁ ପ୍ରକାଶ ଯେ ମହାକାଳପଡା ତହସିଲ ଅନ୍ତର୍ଗତ ଦିଲ୍ଲିପ କୁମାର ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ ବ୍ରେନ ଟ୍ୟୁମରର ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୫ହଜାର ଟଙ୍କା ମଞ୍ଜୁର ହୋଇଥିଲା । ସେହି ଚେକ ପ୍ରଦାନ ନିମନ୍ତେ ମହାକାଳପଡା ତହସିଲର ନାଜର ଚନ୍ଦ୍ରକାନ୍ତ ହାଂସଦା ତାଙ୍କ ଠାରୁ ଏକହଜାର ଟଙ୍କା ଲାଂଚ ଦାବି କରିଥିଲେ । ଏ ନେଇ ଦିଲ୍ଲିପ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିବା ପରେ କଟକ ଭିଜିଲାନ୍ସ କେଶ ନମ୍ବର ୨/୨୦ରେ ତା ୨୩.୦୨.୨୦୨୦ରିଖରେ ଏକ ମାମଲା ରୁଜୁ ହେବା ସହ ସୋମବାର ଦିଲ୍ଲିପଙ୍କ ଠାରୁ ନାଜର ହାଂସଦା ରାସାୟନିକ ଲେପନ ବୋଳାଯାଇଥିବା ୨ଟି ପାଂଚଶହ ଟଙ୍କିଆ ନୋଟ ନେଉଥିବା ସମୟରେ ସେଠାରେ ପୂର୍ବରୁ ଲୁଚି ରହିଥିବା ଭିଜିଲାନ୍ସ ଟିମ ହାତରେ ଧରାପଡିଥିଲେ । ହାଂସଦାଙ୍କ ହାତ ପାଣିରେ ବୁଡାଇବାରୁ ତାଙ୍କ ହାତରୁ ନାଲିରଙ୍ଗର ପାଣି ବାହାରିଥିଲା । ତାଙ୍କୁ ଗିରଫ କରାଯିବା ସହ ତାଙ୍କ ଜମ୍ବୁସ୍ଥିତ ବାସଭବନ ଉପରେ ଚଢାଉ କରିବା ସହିତ ଅଫିସ କାଗଜପତ୍ରକୁ ଯାଂଚ କରିଥିଲେ । ତାଙ୍କ ନିକଟରୁ ଜବତ ହୋଇଥିବା ୧୩ଲକ୍ଷ ୫୦ହଜାର ଟଙ୍କା ମଧ୍ୟରୁ ୨ଲକ୍ଷ ୨୬ହଜାର ୩୪୬ଟଙ୍କାର କୈାଣସି ହିସାବ ଗିରଫ ନାଜିର ଶ୍ରୀ ହାଂସଦା ଦେଇପାରିନଥିବା ଭିଜିଲାନ୍ସ ଡିଏସପି ସୁରେନ୍ଦ୍ର ନାରାୟଣ ରାୟଗୁରୁ ସୂଚନା ଦେଇଛନ୍ତି । କେନ୍ଦ୍ରାପଡା ଭିଜିଲାନ୍ସ ଡିଏସପି ରାୟଗୁରୁଙ୍କ ନେତୃତ୍ୱରେ ଭିଜିଲାନ୍ସ ଚଢାଉ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ