ସୁରିୟା ଟେକ୍ନୋ କଲେଜରେ ୩ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ସହର ଉପକଣ୍ଠସ୍ଥ ରାଣୀପେଣ୍ଠ ଠାରେଥିବା ସୁରିୟା ଟେକ୍ନୋ କଲେଜ ପରିସରରେ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବକେନ୍ଦ୍ର ଗଜପତି ଶାଖା ପକ୍ଷରୁ ଏକ ତିନି ଦିନିଆ ଯୁବନେତୃତ୍ୱ ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ରର ଜିଲା ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ର ଯୋଗଦେଇ ଯୁବ ନେତୃତ୍ୱ କିପରି ବିକାଶ ହୋଇପାରିବ ସେ ବିଷୟରେ ନିଜର ମନ୍ତବ୍ୟ ଦେଇଥିଲେ । ସେହିପରି ଜୀବନ ଶୌଳୀ, ଶିକ୍ଷା, କୌଶଳ, ସଚେତନତା ଏବଂ ନେତୃତ୍ୱକୁ ନେଇ ସମାଜକୁ କିପରି ଉତ୍ତମ ବାର୍ତ୍ତା ଦିଆଯାଇପାରିବ ସେ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଯାଇଥିଲା । ଏଥିରେ ନୂଆଗଡ, ଆର୍.ଉଦୟଗିରି, ମୋହନା ଇତ୍ୟାଦି ବ୍ଲକରୁ ପ୍ରାୟ ୪୦ରୁ ଉର୍ଦ୍ଧ ଯୁବକ ସଦସ୍ୟମାନେ ଯୋଗ ଦେଇଥିବାବେଳେ ନେହେରୁ ଯୁବକେନ୍ଦ୍ରର ମୋହିନୀ ପ୍ରଧାନ ପ୍ରଶିକ୍ଷିକା ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସି.ସି.ଡି. ସ୍ୱେଚ୍ଛାସେବୀ ଅନୁଷ୍ଠାନର ଜଗନ୍ନାଥ ସାହୁ, ଫିଲିପ ରାଉଳ, ଦେବବ୍ରତ୍ତ ଆଚାର୍ଯ୍ୟ, ଜି.ନବୀନ ପ୍ରମୁଖ ଉପସ୍ଥିତଥିଲେ ।