ବୁଗୁଡା ଅଞ୍ଚଳରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ଚାରିଗୋଟି ଡାକ୍ତରଖାନାରେ ଜଣେ ଡାକ୍ତର

ବୁଗୁଡା( ଅନିଲ କୁମାର ମହାରଣା) ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଜଣେ ଡାକ୍ତର ବୁଗୁଡା ସହ କରଚୁଲି, ବାଲିପଦର ଓ ଏ କରଡ଼ାବାଡ଼ି ଡାକ୍ତରଖାନାର ଦାୟିତ୍ୱରେ ଥିବା ବେଳେ ବୁଗୁଡା ଅଞ୍ଚଳରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇ ପଡିଛି। ବୁଗୁଡା ସହରରେ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହ ମାଣିତରା,କରଚୁଲି, ବାଲିପଦର ଓ ଏ କରଡ଼ାବାଡ଼ି ୫ ଟି ସରକାରୀ ମେଡିକାଲ ମଧ୍ୟରୁ ମାଣିତରା ମେଡିକାଲ କରୁଣା ଟ୍ରଷ୍ଟ ଦ୍ୱାରା ପରିଚାଳିତ ହେଉଥିବା ବେଳ ଅନ୍ୟ ୪ଟି ସରକାରୀ ମେଡିକାଲ ମଧ୍ୟରୁ କେବଳ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ମାତ୍ର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସୁବାଶିଷ ପାଣିଗ୍ରାହୀ ଅଛନ୍ତି। ବୁଗୁଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ ଜଣ ସ୍ପେଶାଲିଷ୍ଟି ( ଗାଇନିକ,ମେଡ଼ିସିନ, ସର୍ଜରି ଓ ପେଡିଆଟ୍ରିକ) ଓ ୨ ଜଣ ଏମବିବିଏସ ମିଶାଇ ୬ଜଣ ଓ କରଚୁଲି,ବାଲିପଦର ଓ ଏ କରଡ଼ାବାଡ଼ି ମେଡିକାଲରେ ଜଣେ ଲେଖାଏଁ ୩ ଜଣ, ଏହିପରି ମୋଟ ୯ ଜଣ ଡାକ୍ତର ଆବଶ୍ୟକ ସ୍ଥଳେ ଅଛନ୍ତି ଜଣେ ଗାଇନିକ ଡାକ୍ତର। ଗୋଟିଏ ସିଏଚସି ଓ ତିନୋଟି ପିଏଚସି ଦ୍ୱାୟୀତ୍ଵରେ ଅଛନ୍ତି ଜଣେ ଡାକ୍ତର,ସେ ୪ ମେଡିକାଲର କାଗଜ ଚାଷ କରିବେ ନା ଚିକିତ୍ସା କରିବେ ? ଏହିପରି ଚାପରେ ଡାକ୍ତର ଜଣକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସମ୍ଭବକି ? ବୁଗୁଡ଼ାରେ ଜଣେ ଦନ୍ତ ଚିକିତ୍ସକ ନିଯୁକ୍ତି ପାଇଥିଲେ ମଧ୍ୟ ସେ ବସିବା ପାଇଁ ରୁମ ନାହିଁ କି କୌଣସି ସରଞ୍ଜାମ ନାହିଁ।ଷ୍ଟାପ କ୍ବାଟର ନଥିବା ଯୋଗୁଁ ଡାକ୍ତର ମାନେ ମେଡିକାଲ ଭିତରେ ନରହି ବାହାରେ ରହିବାକୁ ବାଧ୍ୟ ହୁଅନ୍ତି। ଏକ୍ସରେ ମିସିନ କିମ୍ବା ଜରୁରୀ ଆବଶ୍ୟକ ଯନ୍ତ୍ରପାତି ବୁଗୁଡା ମେଡିକାଲରେ ନାହିଁ। ବହୁ ଦିନ ହେଲା ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ପ୍ରଶାସନ ଏଥି ପ୍ରତି ଅଣଦେଖା କରୁଥିବା ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। କେଉଁ ସମୟରେ ଯେ ଏହା ବିସ୍ପୋରକ ରୂପ ନନେବ କହିହେବ ନାହିଁ। ତୁରନ୍ତ ଜିଲ୍ଲା ପ୍ରଶାସକ ଏଦିଗରେ ପଦକ୍ଷେପ ନେବା ଜରୁରୀ ହୋଇପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ