୩ ଦିନରେ ୧୯,୯୨୫ଜଣଙ୍କୁ ରିଲିଫ୍
ବୋଲଗଡ଼ (ଜୁଗାବ୍ଦ ନ୍ୟୁଜ୍):ଫାନି ବାତ୍ୟାରେ ପ୍ରଭାବିତ ବୋଲଗଡ ବ୍ଲକରେ ରାସନକାର୍ଡଧାରୀଙ୍କୁ ୩ଦିନ ଧରି ବିଭିନ୍ନ ପଞ୍ଚାୟତରେ ରିଲିଫ୍ ବଣ୍ଟା କାର୍ଯ୍ୟ ଆଗେଇ ଚାଲିଛି । ଏଥିପାଇଁ ବହୁ ପଞ୍ଚାୟତରେ ଉତ୍ତେଜନା ଦେଖାଦେଇଛି । ବ୍ଲକର ୧୯ଟି ପଞ୍ଚାୟତ କାର୍ଯ୍ୟାଳୟଗୁଡିକରେ ୧୯ଟି ରିଲିଫ୍ କେନ୍ଦ୍ର ଖୋଲାଯାଇଛି । ଶନିବାର ସୁଦ୍ଧା ବ୍ଲକର ମୋଟ ୨୯ ହଜାର ୯୬୫ଜଣ ରାସନ କାର୍ଡଧାରୀଙ୍କ ମଧ୍ୟରୁ ୧୯ହଜାର ୯୨୫ଜଣଙ୍କୁ ଟଙ୍କା ଓ ଚାଉଳ ବଣ୍ଟନ କରାଯାଇଛି । ପ୍ରତିକାର୍ଡ ପିଛା ୨ହଜାର ଟଙ୍କା ସହାୟତା ରାଶି, ୫୦୦ ଟଙ୍କା ଓ ୫୦କେଜି ଚାଉଳ ପ୍ରଦାନ କରାଯାଇଛି । ଏଥିରେ ମୋଟ ୧୦ହଜାର କୁଇଣ୍ଟାଲ ଚାଉଳ ଓ ୫କୋଟି ଟଙ୍କା ନଗଦ ଆକାରରେ ଦିଆଯାଇଛି । ଆସନ୍ତା ଦୁଇଦିନ ମଧ୍ୟରେ ବଳକା ଅନ୍ୟ ହିତାଧିକାରୀଙ୍କୁ ବଣ୍ଟନ କରାଯିବ ବୋଲି ମଧୁସୂଦନ ବେହେରା ସୂଚନା ଦେଇଛନ୍ତି । ବୋଲଗଡ ନିକଟସ୍ଥ ଶିବାନୀ ରାଇସମିଲରୁ ରିଲିଫ ଚାଉଳ ଆସୁଥିବା ବେଳେ ଚାଉଳ ମିଲ୍ରେ ଆଉ ନଥିବାରୁ ସୋନପୁର ଓ ବୈାଦ୍ଧ ଜିଲ୍ଲାରୁ ରବିବାର ୫ହଜାର ୫ଶହ କୁଇଣ୍ଟାଲ ଚାଉଳ ପହଞ୍ଚିବ ବୋଲି ଯୋଗାଣ ଅଧିକାରୀ ବିଷ୍ଣୁଚରଣ ପରିଡା ସୂଚନା ଦେଇଛନ୍ତି । କିନ୍ତୁ ଏହି ରିଲିଫ୍ ବଣ୍ଟାକୁ ନେଇ ବିଭିନ୍ନ ପଞ୍ଚାୟତରେ ଉତ୍ତେଜନା ଦେଖା ଯାଇଥିବା ସୂଚନା ମିଳିଛି । ଶନିବାର ବୋଲଗଡ, ଖଙ୍ଗୁରିଆ, କଳାଙ୍ଗ ପଞ୍ଚାୟତରେ ଲୋକମାନେ ରିଲିଫ୍