ଆସିକା ଓ ଭଞ୍ଜନଗର ପୁଲିସ ଉପଖଣ୍ଡ ସ୍ତରୀୟ ଅପରାଧ ସମୀକ୍ଷା ବୈଠକ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ): ଗଞ୍ଜାମ ଏସପିଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ଙ୍କ ଅଧ୍ୟକ୍ଷତାରେ ଆସିକା ଓ ଭଞ୍ଜନଗର ପୁଲିସ ଉପଖଣ୍ଡ ସ୍ତରୀୟ ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟତଃ ବିଗତ ଦିନରେ ଓ ଆସନ୍ତା ମଇ 23 ରେ ନିର୍ବାଚନର ଭୋଟ ଗଣତି ପରକୁ ଆଖିଆଗରେ ରଖି ନିର୍ବାଚନ ସଂକ୍ରାନ୍ତୀୟ ଗଣ୍ଡଗୋଳ ନହେବ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ । ଉତେଜନାପୂର୍ଣ ଅଞ୍ଚଳ ଗୁଡିକରେ ଗଣ୍ଡଗୋଳ ସାମାନ୍ୟ ସମ୍ଭାବନା ରହିଛି ଏହାକୁ ନଜରେ ରଖି ସେହି ଅଞ୍ଚଳ ଗୁଡିକୁ ଏବେ ଠାରୁ ତୀକ୍ଷଣ ନଜର ରଖିବା ପାଇଁ ସମସ୍ତ ଥାନା ଅଧିକାରୀ ମାନଙ୍କୁ ଏସପି ଶ୍ରୀ ରାଏ ନିର୍ଦ୍ଦେଶ ଦେଇଥିଲେ । ଥାନା ଗୁଡିକରେ ରହିଥିବା ପୁରୁଣା କେସ ଗୁଡିକର ତୁରନ୍ତ ତଦନ୍ତ କରି ସାରିବାକୁ ମଧ୍ୟ ଏସପି ଶ୍ରୀ କହିଥିଲେ । ସମୀକ୍ଷା ବୈଠକର ପ୍ରାରମ୍ଭରେ ୨୦୧୯ ସାଧାରଣ ନିର୍ବାଚନ ଓ ଫନି ଝଡ଼ ବାତ୍ୟାରେ ସମସ୍ତ ପୁଲିସ ଅଧିକାରୀ ମାନେ ସଫଳ ମୁକାବିଲା କରିଥିବାରୁ ଉପସ୍ଥିତ ପୁଲିସ ଅଧିକାରୀ ମାନଙ୍କୁ ଏସପି ଶ୍ରୀ ରାଏ ଧନ୍ୟବାଦ ଜଣାଇଥିଲେ । ଏହି ସମୀକ୍ଷା ବୈଠକରେ ଗଂଜାମ ପୁଲିସ ଜ଼ୀଲ୍ଲାର ଅତିରିକ୍ତ ଏସପି ପତିତପାବନ ଚୌଧୁରୀ ଓ ସୀତାରାମ ଶତପଥୀ, ହେଡକ୍ୱାଟର ଡ଼ିଏସପି ଦିଲ୍ଲୀପ ଦାସ,ଡିଆଇବି ଡ଼ିଏସପି ପି.କେ.ଦଲାଇ, ଡ଼ିଏସପି ସମୁଲିସ ପ୍ରଧାନ, ଆସିକା ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ, ଭଞ୍ଜନଗର ଏସଡ଼ିପିଓ ସୁଧାଂଶୁ ଶେଖର ଶତପଥୀ, ପୁଲିସ ରିଜର୍ଭ ଇନିସପେକ୍ଟର ସୁବଳ ସୋରେନଙ୍କ ସମେତ ସମସ୍ତ ଥାନା ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ