ନବନିର୍ମିତ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବନ୍ତ, (ଯୁଗାଦ୍ଧ ନ୍ୟୁଜ୍‌) : ନିଳୋକ ଗ୍ରାମରେ ନବନିର୍ମିତ ରାଧାକାନ୍ତ ଜୀଉଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଗୁରବାର ଅଧିବାସ, ଶୁକ୍ରବାର ସକାଳ ସମୟରେ ନିକଟସ୍ଥ ମହାଦେବ ପୁଷ୍କରିଣୀରୁ ୭ଟି କଳସ ଅଣାଯାଇ ଘଟସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ସୂର୍ଯ୍ୟ ପୂଜା, ଷୋଡଶ ଉପଚାର ପୂଜା, ବିଶ୍ୱକର୍ମା ପୂଜା, ମନ୍ଦିର ପ୍ରତିଷ୍ଠା, ଚକ୍ରନ୍ୟାସ, ଧ୍ୱଜାନ୍ୟାସ, ହୋମଯଜ୍ଞ ଆଦି ଅନୁଷ୍ଠିତ ହୋଇଥିଲା । ଉମାକାନ୍ତ ପଣ୍ଡା, ଜୟକୃଷ୍ଣ ଦାଶ, ଅଭିମନ୍ୟୁ ଦାଶ, ଉମାଶଙ୍କର ପଣ୍ଡା, ସଞ୍ଜୟ ପଣ୍ଡା, ଉପେନ୍ଦ୍ର ପାଣିଗ୍ରାହୀ, ଆଦିତ୍ୟ ପଣ୍ଡା ପ୍ରମୁଖ କଳସ ଆଣିଥିଲେ । ପୂଜା କାର୍ଯ୍ୟରେ ଭଗବାନ ମିଶ୍ର, ପୂର୍ଣ୍ଣ ଚନ୍ଦ୍ର ଶତପଥି, ଅଶୋକ ପଣ୍ଡା, ପ୍ରକାଶ ଚନ୍ଦ୍ର ଦେବତା ପୂଜା କାର୍ଯ୍ୟ ତୁଲାଇଥିଲେ । ପୂଜା କାର୍ଯ୍ୟରେ ନୃସିଂହ ଦାଶ, ପ୍ରଶାନ୍ତ ଦାଶ, ଅନିରୁଦ୍ଧ ଦାଶ, ହେମନ୍ତ ଦାଶ, ଶୁଭ୍ରାଂଶୁ ଦାଶ, ହିମାଂଶୁ ଦାଶଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ