ଅଜଣା ଗାଡ଼ି ଧକ୍କାରେ ଜଣେ ଶିକ୍ଷକ ମୃତ
ଦଶପଲ୍ଲା (ଜୁଗାବ୍ଦ ନ୍ୟୁଜ୍): ଦଶପଲ୍ଳା ଦୁର୍ଗାବଜାର ନିକଟସ୍ଥ କୁଆଁରିଆ ସେତୁ ଉପରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଶିକ୍ଷକଙ୍କର ମୃତ୍ୟୁ ହୋଇଛି । ମୃତ ଶିକ୍ଷକ ହେଲେ ସ୍ଥାନୀୟ କୃଷ୍ଣଚନ୍ଦ୍ରପୁର ପାଟଣା ଗ୍ରାମର ସୁଧୀରଞ୍ଜନ ସାହୁ । ଗତକାଲି ରାତି ପ୍ରାୟ ୧୧ଟାରେ ସେ ବାଇକ୍ରେ ଘରକୁ ଫେରୁଥିବା ବେଳେ ନୟାଗଡ ଅଭିମୁଖେ ଯାଉଥିବା ଏକ ଆଇଚର ଗାଡି ପଛ ପାଖରୁ ତାଙ୍କୁ ଧକ୍ଲା ଦେଇ ଦ୍ରୃତ ବେଗରେ ଖସି ପଳାଇଥିବା କୁହାଯାଉଛି । ଖବର ପାଇ ଦଶପଲ୍ଲା ଦମକଳ ବାହିନୀ ଉଦ୍ଧାର କରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ୱର୍ଗତ ସୁଧୀରଞ୍ଜନ ବୈାଦ୍ଧ ଜିଲ୍ଲା ବ୍ରାହ୍ମଣପାଲି ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । ତାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ବୈାଦ୍ଧ ଜିଲ୍ଲା ଶିକ୍ଷାଧିକାରୀ କରୁଣାକର ଭୁଏଙ୍କ ସହିତ ସାଥି ଶିକ୍ଷକ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିବା ବେଳେ ଶିକ୍ଷାଧିକାରୀ ଶ୍ରୀ ଭୁଏ ଅନ୍ତେଷ୍ଟିକ୍ରିୟା ପାଇଁ ୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଘଟଣାର ତଦନ୍ତ ଚଳାଇଛି ।