୨୦୧୯-୨୦ରେ ରାଜ୍ୟ ର୍ୟାଙ୍କିଙ୍ଗରେ ମଧ୍ୟ ପ୍ରଦେଶ ପ୍ରଥମ, ଓଡିଶା ଦ୍ୱିତୀୟ ଏବଂ ମହାରାଷ୍ଟ୍ର ତୃତୀୟରେ ସ୍ଥାନିତ
୨୭ ଫେବୃୟାରୀ, ୨୦୨୦ରେ ନେସନାଲ କାଉନସିଲ ଅଫ ଅପ୍ଲାଇଡ ଇକୋନୋମିକ ରିସର୍ଚ, ଏନସିଏଇଆର ଏକ ନୂତନ ଏନସିଏଇଆର ଭୂମି ଏବଂ ସେବା ସୂଚକାଙ୍କ (ଏନ-ଏଲଆରଏସଆଇ ୨୦୨୦) ଜାରି କରିଥିଲେ । ଭାରତର ରାଜ୍ୟ ଏବଂ କେନ୍ଦ୍ର ଶାସିତାଂଚଳରେ ସେହି ଭୂମି ରେକର୍ଡର ଡିଜିଟାଲକରଣର ବ୍ୟାପକତା ଏବଂ ଗୁଣବତା ଏନ-ଏଲଆରଏସଆଇ ଆକଳନ କରୁଛି । ଏନ-ଏଲଆରଏସଆଇ ୨୦୨୦ ରେ ମଧ୍ୟ ପ୍ରଦେଶ, ଓଡିଶା, ଛତିଶଗଡ ଏବଂ ତାମିଲନାଡୁ ଶୀର୍ଷ ରାଜ୍ୟ ଭାବେ ଉଭା ହୋଇଥିଲେ ।
ଆର୍ଥିକ ଅନୁସନ୍ଧାନ, ନୀତି ବିଶ୍ଳେଷଣ, ଏବଂ ଭୂମି ଉପରେ ବ୍ୟବସ୍ଥିତ ଡାଟା ରେ ଫାଙ୍କ ଭର୍ତି କରିବା ଉଦ୍ଦେଶ୍ୟରେ ଏନସିଏଇଆର ଭୂମି ନୀତି ପ୍ରାରମ୍ଭର (ଏନଏଲପିଆଇ) ଏକ ଅଭିନ୍ନ ଅଙ୍ଗ ଭାବରେ ୨୦୧୯ରେ ଏନ-ଏଲଆରଏସଆଇ ଲଂଚ ହୋଇଥିଲା । ଆର୍ଥିକ ବୃଦ୍ଧି ଏବଂ ଦାରିଦ୍ର୍ୟତା ହ୍ରାସ ପାଇଁ ଭୁମିରେ ପହଂଚ ଏକ ଗୁରୁତ୍ୱପୂର୍ଣ୍ଣ କାରକ ଅଟେ । ଏହି ସମ୍ପତିକୁ ସରକାର, ଉଦ୍ୟୋଗ ଏବଂ ନାଗରୀକମାନେ ପ୍ରଭାବୀ ଢଙ୍ଗରେ ବ୍ୟବହାର କରିବା ପାଇଁ ସକ୍ଷମ ହେବା ଏବଂ ବିବାଦ ନ୍ୟୁନତମ କରିବା ପାଇଁ ବିଶ୍ୱାସନୀୟ ଭୂମି ଓ ସମ୍ପତି ରେକର୍ଡ ରେ ପହଂଚିବା ଗୁରୁତ୍ୱପୂର୍ଣ୍ଣ ଅଟେ । ବହୁ ବର୍ଷ ଧରି ବିଭିନ୍ନ ରାଜ୍ୟ ନାଗରୀକମାନଙ୍କୁ ସେମାନଙ୍କର ଭୂମି ରେକର୍ଡ ଡିଜିଟାଲ ଭାବେ ଉପଲବ୍ଧ କରାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରଗତି କରିଛନ୍ତି । ଏହି ପ୍ରଗତି ବ୍ୟାପକତା ଏବଂ ଏଥିରେ ଥିବା ବ୍ୟବଧାନ ବୁଝିବାକୁ ଏବଂ ପ୍ରତ୍ୟେକ ରାଜ୍ୟରେ ଭୂମି ରେକର୍ଡ ଉନ୍ନତ କରିବାକୁ ଉପାୟ ଚିହ୍ନଟ କରିବା ଏନ-ଏଲଆରଏସଆଇ ଉଦ୍ଦେଶ୍ୟ ଅଟେ ।
ଭୂମି ରେକର୍ଡର ଡିଜିଟାଇଜେସନର ବ୍ୟାପକତା ଏବଂ ଏ ସମସ୍ତ ଭୂମି ରେକର୍ଡର ଗୁଣବତା ଆଦି ଦୁଇ ବୈଶିଷ୍ଟ୍ୟ ଉପରେ ୨୦୧୯-୨୦ରେ ସଂଗ୍ରହ କରାଯାଇଥିବା ଡାଟା ଏପରେ ୨୦୨୦ ଏନ-ଏଲଆରଏସଆଇ ଆଧାରିତ ଅଟେ । କୌଣସି ରାଜ୍ୟ ଏହାର ସମସ୍ତ ଭୂମି ରେକର୍ଡ ନାଗରୀକମାନଙ୍କ ପାଇଁ ଡିଜିଟାଲ ଭାବେ ଉପଲବ୍ଧ କରିଛି କି ନାହିଁ ଆକଳନ କରିବା ଉଦ୍ଦେଶ୍ୟରେ ପ୍ରଥମ ଘଟକ ଭୁମି ରେକର୍ଡର ପାଠ (ରେକର୍ଡ ଅଫ ରାଇଟ୍ସ ମଧ୍ୟ କୁହାଯାଏ), ଭୂମି ରେକର୍ଡ ସହିତ ସମ୍ବନ୍ଧିତ ଅଫିସିଆଲ ମାନଚିତ୍ର (କଡେଷ୍ଟ୍ରଲ ମାନଚିତ୍ର ମଧ୍ୟ କୁହାଯାଏ), ଏବଂ ସମ୍ପତି ପଞ୍ଜିକରଣ ପ୍ରକ୍ରିୟା ଆଦି ତିନୋଟି ମାତ୍ରିକ ଦେଖିଥାଏ ।
ଭୂମିି ରେକର୍ଡ ବ୍ୟାପକ ଏବଂ ବିଶ୍ୱାସନୀୟ ହୋଇଥିବା –ବିକ୍ରି ହେବା କ୍ଷଣି ମାଲିକାନା ଅଧୁନାତନ ହୋଇଥିବା, ସଂଯୁକ୍ତ ମାଲିକାନାର ସୀମା, ଭୂମିି ବ୍ୟବହାରର ପ୍ରକାର, ରେକର୍ଡ ଏବଂ ମାନଚିତ୍ରରେ ଥିବା ଭୂମି କ୍ଷେତ୍ର, ଏବଂ ଦାବି ରେକର୍ଡ ହୋଇଥିବା (ସମ୍ପତି ଉପରେ ବନ୍ଧକ ଏବଂ କୋର୍ଟ ମାମଲା ଭଳି ଅନ୍ୟାନ୍ୟ ଦାବି) ଆଦି ଆକଳନ କରିବା ସୂଚକାଙ୍କର ଦ୍ୱିତୀୟ ଘଟକର ଉଦ୍ଦେଶ୍ୟ ଅଟେ । ଭୂମି ବିବାଦ ଏବଂ ଭୂମି ଉପରେ କାରବାର କେତେ ସହଜରେ ସଂପୂର୍ଣ୍ଣ କରାଯାଇପାରିବ ଏବଂ କାନୁନି ଭାବେ ରେକର୍ଡ ହୋଇପାରିବ ଏବଂ ତାପରେ ସହଜରେ ସେଠି ପହଂଚା ଯାଇପାରିବ ଆଦି ସହିତ ଏହି ସମସ୍ତ ତତ୍ୱ ନିବିଡ ଭାବେ ଜଡିତ ।
ଏନ-ଏଲଆରଏସଆଇ ୨୦୨୦ର ଲଂଚ ଉପରେ ତାଙ୍କର ମୁଖ୍ୟ ଟିପ୍ପଣୀ ଦେବା ବେଳେ ଯାଇ ମିଷ୍ଟର ରମେଶ ଅଭିଷେକ, ପୂର୍ବ ସଚିବ, ଡିପର୍ଟମେଂଟ ଫର ପ୍ରୋମସନ ଅଫ ଇଣ୍ଡଷ୍ଟ୍ରି ଏଣ୍ଡ ଇଂଟରନାଲ ଟ୍ରେଡ ଏନସିଏଇଆର ର ଭାରତରେ ଭୂମି ରେକର୍ଡ ପରିଚାଳନାର ଅବଧାରଣାତ୍ମକ ଏବଂ ବୋଧଗମ୍ୟ ଅଧ୍ୟୟନକୁ ଉଚ୍ଚ ପ୍ରଶଂସା କରିଥିଲେ ।
ଡା. ଶେଖର ଶାହ, ଡାଇରେକ୍ଟର ଜେନେରାଲ, ଏନସିଏଇଆର ତାଙ୍କର ପରିଚୟାତ୍ମକ ଟିପ୍ପଣୀରେ କହିଲେ, “ଏନ-ଏଲଆରଏସଆଇର ସମୟୋଚିତ, ଅଗ୍ରଣୀ କାମ ଏବେ କେନ୍ଦ୍ରୀୟ ଏବଂ ରାଜ୍ୟ ସ୍ତରରେ ନୀତି ପ୍ରଣେତାମାନଙ୍କର ଧ୍ୟାନ ଆକର୍ଷଣ କରିସାରିଛି । ସୂଚକାଙ୍କ କାମରେ ତିନୋଟି ଉଦ୍ଦେଶ୍ୟ ପୂରଣ କରିପାରିବ । ପ୍ରଥମତଃ ପ୍ରକୃତ ସ୍ଥିତିର ପ୍ରତିଫଳନ କରୁଥିବା ଏବଂ ଦକ୍ଷ ଟାଇଟଲିଙ୍ଗ ସେବା ଦ୍ୱାରା ଉତ୍ପନ୍ନ ସୁରକ୍ଷିତ, ସୁନିଶ୍ଚିତ ଭୂମି ରେକର୍ଡର ଲକ୍ଷ ପ୍ରାପ୍ତ କରିବା ପାଇଁ କାର୍ଯ୍ୟ ଯୋଜନା ସୂତ୍ରିକରଣ କରିବାରେ ଏହା ସାହାଯ୍ୟ କରିବ । ଦ୍ୱିତୀୟତଃ ଏନ-ଏଲଆରଏସଆଇର ରାଜ୍ୟ ଏବଂ କେନ୍ଦ୍ର ଶାସିତର ତୁଳନାତ୍ମକ ଆକଳନ ଭଲ, ବିଶ୍ୱାସଯୋଗ୍ୟ, ପହଂଚିୟ ଡିଜିଟଲ ଭୂମି ରେକର୍ଡର ଯୋଗାଣ କିପରି ଉନ୍ନତ କରାଯାଏ, ଦେଖାଉଥିବା ସର୍ବତୋମ ପ୍ରଦର୍ଶନ କରୁଥିବା ରାଜ୍ୟ ଦ୍ୱାରା ପରସ୍ପର ଠାରୁ ଶିଖିବା ରାଜ୍ୟ ମାନଙ୍କ ପାଇଁ ସମ୍ଭବ କରିବ । ତୃତୀୟତଃ ସୂଚକାଙ୍କରେ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିବା ରାଜ୍ୟ ଏବଂ କେନ୍ଦ୍ର ଶାସିତମାନଙ୍କୁ ପୁରସ୍କୃତ ଏବଂ ମାନ୍ୟତା ଦେବାପାଇଁ କେନ୍ଦ୍ରୀୟ ସରକାର ଏନ-ଏଲଆରଏସଆଇକୁ ବ୍ୟବହାର କରିପାରିବେ ଯାହା ଦ୍ୱାରା ଅନ୍ୟମାନଙ୍କୁ ସେମାନଙ୍କର ସ୍ଥିତି ସୁଧାରିବା ପାଇଁ ପ୍ରୋତ୍ସାହିତ କରାଯାଇପାରିବ ।”
ଏନ-ଏଲଆରଏସଆଇ ୨୦୨୦ପ୍ରାରମ୍ଭ କରିବା ବେଳେ ପ୍ରକଳ୍ପ ସହ-ନେତା ମିଷ୍ଟର ଦୀପକ ସାନନ, ହିମଚଳ ସରକାରଙ୍କ ପୂର୍ବ ଅତିରିକ୍ତ ମୁଖ୍ୟ ସଚିବ (ରାଜସ୍ୱ), ବର୍ତମାନ ଏନସିଏଇଆର ବରିଷ୍ଠ ଉପଦେଷ୍ଟା ମତ ରଖିଥିଲେ ଯେ, “ଏନ-ଏଲଆରଏସଆଇ ୨୦୨୦ ଆଉ ଅଧିକ ଉପଯୁକ୍ତ ସମୟରେ ଆସିପାରିନଥାନ୍ତା । ବିଗତ ୨୦୧୮ ଏବଂ ୨୦୧୯ରେ ଭାରତୀୟ ଅର୍ଥ ବ୍ୟବସ୍ଥା ନାଟକୀୟ ଢଙ୍ଗରେ ଧିମା ହୋଇଯାଇଛି । ଭୂମି ଅର୍ଜନ କରିବା ଏବଂ ଧରି ରଖିବା ଏବଂ ଭୂମି ଓ ସମ୍ପତିରେ ନିବେଶ ଏବଂ କାରବାର କରିବା କ୍ଷମତାରେ ଉନ୍ନତିର ଅଭାବ ଉଭୟ ନିବେଶ ଓ ଦାରିଦ୍ର ଦୂରୀକରଣ ନିବାରଣରେ ପ୍ରମୁଖ ପ୍ରତିବନ୍ଧକ ଅଟେ । ବିଶ୍ୱ ବ୍ୟାଙ୍କର ଇଜ ଅଫ ଡୁଇଙ୍ଗ ବିଜିନେସ ସୂଚକାଙ୍କରେ ଭାରତର ଆକର୍ଷଣୀୟ ଉନ୍ନତି ଭୂମି ସହିତ ସମ୍ବନ୍ଧିତ ସୂଚକାଙ୍କର ଘଟକ, ସମ୍ପତି ପଞ୍ଜିକରଣ ସୁଲଭତା ସନ୍ଦର୍ଭରେ ନୈରାଶ୍ୟ ଜନକ ପ୍ରଦର୍ଶନ ସହିତ ବହୁତ ଭିନ୍ନ ରହିଛି ।”
ଓମିଡୟର ନେଟୱର୍କ ଇଣ୍ଡିଆର ବଦାନ୍ୟତା ଦ୍ୱାରା ସମର୍ଥିତ ଏକ ବହୁ-ସଂସ୍ଥା ଅନୁସନ୍ଧାନ କନ୍ସୋର୍ଟିୟମ, ସମ୍ପତି ଅଧିକାର ଅନୁସନ୍ଧାନ କନ୍ସୋର୍ଟିୟମର ଏନସିଏଇଆର ଏକ ଅଂଶ ଅଟେ । ଭୂମି, ଅବାସ ଏବଂ ଅନ୍ୟାନ୍ୟ ସମ୍ପତିରେ ଅଧିକାର ଉପରେ ଅନୁସନ୍ଧାନ ଓ ପ୍ରମାଣ ନିର୍ମାଣ ଉପରେ ଇଣ୍ଡିଆ ପିଆରଆରଏନ ଧ୍ୟାନ କେନ୍ଦ୍ରୀତ କରୁଛି । ଦ ନେସନଲ ଇନଷ୍ଟିଚ୍ୟୁଟ ଫର ପବ୍ଲିକ ଫାଇନେନ୍ସ ଏଣ୍ଡ ପଲିସି, ଦ ସେଂଟର ଫର ପଲିସି ରିସର୍ଚସ ଲ୍ୟାଣ୍ଡ ରାଇଟ୍ସ ଇନିସିଏଟିଭ, ଏବଂ ବ୍ରୁକିଂ ଇଣ୍ଡିଆ ବର୍ତମାନ ଏହି ନେଟୱର୍କର ଅନ୍ୟାନ୍ୟ ସଦସ୍ୟ ଅଟନ୍ତି ।
ଏନ-ଏଲଆରଏସଆଇ ଭଲି ସୂଚକାଙ୍କ ଏବଂ ଅନୁସନ୍ଧାନ କାହିଁକି ଗୁରୁତ୍ୱପୂର୍ଣ୍ଣ ଉପରେ କହିବାକୁ ଯାଇ ସୁଶ୍ରୀ ଶିଲ୍ପା କୁମାର, ଇନଭେଷ୍ଟମେଂଟ ପାର୍ଟନର, ଓମିଡିୟର ନେଟୱର୍କ ଇଣ୍ଡିଆ, କହିଲେ, “ଅପେକ୍ଷାକୃତ ଭାବେ କମ ଗବେଷିତ କିନ୍ତୁ ବ୍ୟକ୍ତିଗତ ଏବଂ ସାମାଜିକ କଲ୍ୟାଣ ଦୃଷ୍ଟିରୁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ସମ୍ପତି ଓ ଭୂମି ଅଧିକାର କ୍ଷେତ୍ରରେ ତୀବ୍ର ଧ୍ୟାନ ଦେବା ପାଇଁ ଅଗ୍ରଣୀ ନୀତି ସଂଗଠନଗୁଡିକୁ ସାହାଯ୍ୟ କରିବା ଆମର ଲକ୍ଷ ଅଟେ । ଭାରତରେ ଘରୋଇ ସମ୍ପତିର ପ୍ରାୟ ୭୭ ପ୍ରତିଶତ ଭୁମି ଏବଂ ଆବାସ ହୋଇଥିବାରୁ ଆମେ ଆଶା କରୁଛୁ ଯେ ଏଭଳି ଅନୁସନ୍ଧାନ ଅଧିକପ୍ରଭାବୀ ନୀତି ପ୍ରଣୟନରେ ବୃହତର ସୂଚନା ପ୍ରଦାନ କରିପାରିବ ।”
ଏନ-ଏଲଆରଏସଆଇର ପରବର୍ତୀ ପଦକ୍ଷେପ ଉପରେ କହିବାକୁ ଯାଇ ପ୍ରକଳ୍ପ ସହ-ନେତା ପ୍ରଫେସର ଦେବେନ୍ଦ୍ର ବି ଗୁପ୍ତା କହିଲେ , “ଏନ-ଏଲଆରଏସଆଇର ପ୍ରଥମ ରାଉଣ୍ଡ ନିର୍ମାଣରେ ୨୦୧୯-୨୦ ବେଳେ ନାଗରିକମାନଙ୍କ ପାଇଁ ପହଂଚ ମାପିବାକୁ ପ୍ରତିନିଧିତ୍ୱ, ଡିଜିଟାଇଜେସନର ସୀମା ଆକଳନ କରିବା ଏବଂ ପ୍ରଦାନ କରାଯାଉଥିବା ଲ୍ୟାଣ୍ଡ-ରେକର୍ଡ ର ଗୁଣବତା ମାପିବା ସହିତ ଯୋଗାଣ-ପକ୍ଷ ଡାଟା ପ୍ରାଥମିକ ଭାବେ ବ୍ୟବହୃତ ହୋଇଥିଲା । ୨୦୨୦-୨୧ ଡାଟା ବ୍ୟବହାର କରି ଦ୍ୱିତୀୟ ରାଉଣ୍ଡ ପାଇଁ ଡିଜିଟାଲ ଭୂମି ରେକର୍ଡ ଏବଂ ସମ୍ପୃକ୍ତ ସେବା ବ୍ୟବହାରରେ ସାର୍ବଜନୀନ ସଚେତନତା ଓ ସନ୍ତୁଷ୍ଟିର ସ୍ତର ମାପିବାକୁ ଜନସାଧାରଣଙ୍କର ଏକ ଡିମାଣ୍ଡ-ସାଇଡ ସର୍ବେକ୍ଷଣ ଯୋଡା ଯିବ ।”
ଏନସିଏଇଆରରେ ଆଜି ଏହାର ଲଂଚ ଛଡା ଦିଲ୍ଲୀରେ ମାର୍ଚ୍ଚ୨-୪,୨୦୨୦ରେ ହେବାକୁ ଥିବା ଆଗାମୀ ୪ର୍ଥ ଭାରତ ଭୂମି ଓ ବିକାଶ ସମ୍ମେଳନ ୨୦୨୦ରେ (ଆଇଏଲଡିସି ୨୦୨୦) ଏନ-ଏଲଆରଏସଆଇ ପ୍ରଦର୍ଶିତ ହେବ ଯେଉଁଠି ଶୀର୍ଷ ପ୍ରଦର୍ଶନ କରୁଥିବା ରାଜ୍ୟମାନଙ୍କୁ ମାନ୍ୟତା ଦିଆଯିବ ଏବଂ ଏକ ଶିକ୍ଷଣ ଟୁଲ ଭାବେ ସେମାନଙ୍କର ପ୍ରଦର୍ଶନ ଆଲୋଚିତ ହେବ ।
ଏନ-ଏଲଆରଏସଆଇ ୨୦୨୦ ଖୋଜ
ଏନ-ଏଲଆରଏସଆଇରେ ୬୦-୭୫ ଅଙ୍କ ସ୍କୋର କରି ମଧ୍ୟପ୍ରଦେଶ, ଓଡିଶା, ମହାରାଷ୍ଟ୍ର, ଛତିଶଗଡ, ଏବଂ ତାମିଲନାଡୁ ପାଂଚ ସର୍ବୋତମ-ପ୍ରଦର୍ଶନକାରୀ ରାଜ୍ୟ ଅଟନ୍ତି । ପଶ୍ଚିମ ବଙ୍ଗ, ଝାଡଖଣ୍ଡ, ରାଜସ୍ଥାନ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ଏବଂ ଉତର ପ୍ରଦେଶ ଆଦି ୬ଟି ରାଜ୍ୟ ୫୦-୬୦-ବର୍ଗରେ ଅଛନ୍ତି ।
ଏନସିଏଇଆର (ନେସନାଲ କାଉନସିଲ ଅଫ ଅପ୍ଲାଇଡ ଇକୋନୋମିକ୍ସ ରିସର୍ଚ)
୧୯୫୬ରେ ପ୍ରତିଷ୍ଠିତ ହୋଇଥିବା ଏନସିଏଇଆର ଭାରତର ସର୍ବ ପ୍ରାଚୀନ ଏବଂ ବୃହତମ ସ୍ୱାଧୀନ, ଅଣ-ଲାଭକାରୀ ଆର୍ଥିକ ନୀତି ଅନୁସନ୍ଧାନ ସଂସ୍ଥା ଅଟେ । ବୃଦ୍ଧି, ମେକ୍ରୋ, ବ୍ୟାପାର, ଆଧାରଭୂତ ସରଂଚନା, ଲଜିଷ୍ଟ୍ରିକ୍ସ, ଶ୍ରମ, ସହରୀ, କୃଷି ଏବଂ ଗ୍ରାମୀଣ ବିକାଶ, ମାନବ ବିକାଶ, ଦାରିଦ୍ର୍ୟତା ଏବଂ ଗ୍ରାହକ ଆଦି ଅନେକ ସେକ୍ଟରରେ ଏନସିଏଇଆର କାର୍ଯ୍ୟ କରିଥାଏ । ବୈକଳ୍ପିକ ନୀତି ସମର୍ଥନ ଏବଂ ସୂଚିତ କରିବାକୁ ଏମ୍ପ୍ରିକଲ ପ୍ରମାଣ ଉତ୍ପନ୍ନ ଏବଂ ବିଶ୍ଳେଷଣ କରିବା ଉପରେ ଏନସିଏଇଆର ର କାମ ଧ୍ୟାନ କେନ୍ଦ୍ରିତ କରିଥାଏ । ବିଶେଷ ଭାବରେ ଘରୋଇ ସର୍ବେକ୍ଷଣ ପାଇଁ ଗଭୀର ଡାଟା ସଂଗ୍ରହ ଦକ୍ଷତା ସହିତ କଠୋର ବିଶ୍ଳେଷଣ ଏବଂ ନୀତିରେ ପହଂଚ ସଂଯୋଗ କରୁଥିବା ଏହା ଅନ୍ୟତମ ଏକ ହାତ ମୁଠାର ବୈଶିକ ଥିଙ୍କ ଟାଙ୍କସ ମଧ୍ୟ ଅଟେ । www.ncaer.orgରେ ଏନସିଏଇଆର ଉପରେ ଅଧିକ ଉପଲବ୍ଧ ଅଛି ।
ଓମିଡୟର ନେଟୱର୍କ ଇଣ୍ଡିଆ ବିଷୟରେ
ପ୍ରତ୍ୟେକ ଭାରତୀୟ ବିଶେଷ ଭାବେ ଆମମାନଙ୍କ ମଧ୍ୟରେ ଗରିବତମରୁ ମଧ୍ୟବିତ ରହିଥିବା ଶ୍ରେଣୀର ରେଞ୍ଜରେ ଥିବା ଲକ୍ଷ ଲକ୍ଷ ନିମ୍ନ-ଆୟ ଏବଂ ନିମ୍ନ-ମଧ୍ୟବିତ ଆୟକାରୀମାନଙ୍କ ପାଇଁ ଏକ ଅର୍ଥପୂର୍ଣ୍ଣ ଜୀବନ ସୃଷ୍ଟି କରିବାକୁ ସାହାଯ୍ୟ କରୁଥିବା ସାହାସିକ ଉଦ୍ୟମୀମାନଙ୍କୁ ଉପରେ ଓମିଡୟର ନେଟୱର୍କ ଇଣ୍ଡିଆ ନିବେଶ କରିଥାଏ । ସଶକ୍ତିକରଣ ସଂଚାଳନ ଏବଂ ବଡ ଧରଣର ସାମାଜିକ ପ୍ରଭାବ ପାଇଁ ଭାରତର କଠିନତମ ଏବଂ ସର୍ବାଧିକ ପୁରାତନ ସମସ୍ୟାକୁ ନିୟନ୍ତ୍ରଣ କରୁଥିବା ପ୍ରାଇଭେଟ, ଅଣ-ଲାଭକାରୀ ଏବଂ ସାର୍ବଜନୀନ ସେକ୍ଟରରେ ଥିବା ଉଦ୍ୟମୀମାନଙ୍କ ସହିତ ଓମିଡୟର ନେଟୱର୍କ ଇଣ୍ଡିଆ କାମ କରିଥାଏ । ଏଂଟରପ୍ରାଇଜର ପ୍ରଥମିକ ଅବସ୍ଥାରେ ଏହା ଏକ୍ୱିଟି ନିବଶେ କରିଥାଏ ଏବଂ ଡିଜିଟଲ ପରିଚୟ, ଶିକ୍ଷା, ଉଦୟମାନ ଟେକ, ଆର୍ଥିକ ଅନ୍ତର୍ଭୁକ୍ତା, ପ୍ରଶାସନ ଓ ନାଗରିକ ନିୟୋଜନ ଏବଂ ସମ୍ପତି ଅଧିକାର ଆଦି କ୍ଷେତ୍ରରେ ଅଣ-ଲାଭକାରୀଙ୍କୁ ଅନୁଦାନ ପ୍ରଦାନ କରିଥାଏ । ଇବେଇ ର ପ୍ରତିଷ୍ଠାତା ସମାଜସେବୀ ପେମ ଏବଂ ପେଇଅର ଓମିଡୟରଙ୍କ ଦ୍ୱାରା ସମର୍ଥିତ କମ୍ପାନୀ, ସଂଗଠନ, ଏବଂ ପ୍ରାରମ୍ଭ ଆଦି ଏକ ବିବିଧ ସଂଗ୍ରହ, ଓମିଡୟର ଗୋଷ୍ଠୀର ଓମିଡୟର ନେଟୱର୍କ ଇଣ୍ଡିଆ ଏକ ଅଂଶ ଅଟେ । www.omidyarnetwork.in ରେ ଓମିଡୟର ନେଟୱର୍କ ଇଣ୍ଡିଆ ଉପରେ ଅଧିକ ଉପଲବ୍ଧ ଅଛି ।