ମହାଶିବରାତ୍ରୀ ସକାଶେ ଶୈବପୀଠରେ ଭକ୍ତଙ୍କ ଭିଡ଼
ହିଞ୍ଜିଳିକାଟୁ, ୪ା୩ (ଶେଷଦେବ ସାହୁ) : ହିଞ୍ଜିଳିକାଟୁ ପୌରଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମରେ ଥିବା ଶୈବପୀଠ ଗୁଡ଼ିକ ରେ ସୋମବାର ପ୍ରାତଃରୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଭକ୍ତ ମାନଙ୍କ ଅøମ୍ଭବ ଭିଡ଼ ଲାଗି ରହିଛି । ହିଞ୍ଜିଳିକାଟୁ ପୌରଂଚଳ ଲକ୍ଷ୍ମୀ ବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର, ଆଙ୍କୋରଡ଼ାର କପିଳେଶ୍ୱର, ହିଞ୍ଜିଳିର ସପ୍ନେଶ୍ୱର, ନୂଆଁଗଡ଼ର ବାଲୁଙ୍କେଶ୍ୱର, ବଇଁଚବଣିଆ ପାବନ ଶ୍ରୀକ୍ଷେତ୍ର ମନ୍ଦିର ପରିସରସ୍ଥ ପଶ୍ଚିମାଭିମୂଖୀ କାଶିବିଶ୍ୱନାଥ,ୂ ହିଞ୍ଜିଳିକାଟୁ ବ୍ଳକ ନୂଆଁବୁରୁପଡ଼ା ଶ୍ୟାମଳାଇ ସ୍ଥିତ ମୁଦୁକେଶ୍ୱର, ଅନ୍ତରିଗାଁ ସ୍ଥିତ ଗୁପ୍ତେଶ୍ୱର ସମେତ ନିକଟବର୍ତୀ ଅଂଚଳର ବହୁ ଶୈବପୀଠ ଗୁଡ଼ିକରେ ଜାଗରଯାତ୍ରା ପାଇଁ ପ୍ରାତଃହରୁ ମାର୍ଜଣା, ଚଇପତଲାଗି, ମଇଲମ, ସୂର୍ଯ୍ୟପୂଜା, ମଙ୍ଗଳ ଆଳତି ସହ ସମସ୍ତ ଦେବନୀତି ସମାପନ ପରେ ଭକ୍ତ ମାନଙ୍କୁ ଦେବ ଦେବ ମହାଦେବଙ୍କୁ ଦର୍ଶନଓ ପୂଜାର୍ଚ୍ଚନା ସକାଶେ ମନ୍ଦିର ଭିତରକୁ ପ୍ରବେଶ ସକାଶେ ଅନୁମତି ଦିଆଯାଇଥିଲା । ସମସ୍ତ ଶୈବପୀଠ ଗୁଡ଼ିକୁ ରଙ୍ଗ ବେରଙ୍ଗ ବାନା ସାଙ୍ଗକୁ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଥିଲା ୍ୱନ୍ଦିର ପରିସରରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଥିବା ଯୋଗୁଁ ମହାଦେବଙ୍କଦର୍ଶନ ସକାଶେ ମହିଳା ଓ ପୁୂରୁଷ ଭକ୍ତ ମାନଙ୍କୁ ଲମ୍ବା ଲାଇନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିବାର ଦେଖିବାକୁ ମିଳିଥିଲା । ସନ୍ଧ୍ୟା ସମୟରେ ଭକ୍ତ ମାନେ ଶୈବପୀଠ ପରିସରରେ ଦୀପଦାନ ସହ ଆସ୍ଥାନ ଜମାଇଥିଲେ । ଭକ୍ତଙ୍କହୁଳହୁଳି, ବାଦ୍ୟବାଜଣା ଧ୍ୱନିରେ ମନ୍ଦର ପରିସର ପ୍ରକମ୍ପିତ ହୋଇ ଉଠିଥିଲା ।ମଧ୍ୟରାତ୍ର ପ୍ରାୟ ୧୨ ଟାରେ ହରଗୌରୀଙ୍କୁ ୩ ବେଢା ମନ୍ଦିର ପରିଭ୍ରମଣ ପରେ ମହାଦୀପକୁ ମନ୍ଦିର ଚୂଡ଼ାରେ ସ୍ଥାପନ କରାଯାଇଥିଲା । ଭକ୍ତଙ୍କ ଜାଗର ପାଳନ ଏବଂ ମନୋରଂଜନ ସକାଶେ ବିଭିନ୍ନ ଶୈବପୀଠ ନିକଟରେ ବିନ୍ନ୍ ରକମର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶାନ୍ତି ଶୃଙ୍ଖଳା ସକାଶେ ମନ୍ଦିର ପ୍ରଶାସନ, ସ୍ୱେଛାସେବୀ ସଙ୍ଘଠନ ଏବଂ ହିଞ୍ଜିଳି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଅନୁରୂପ ଭାବେ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଅଂଚଳ ସାରୁ ମକରଝୋଳ, କଂଚୁରୁ, ସାପୁଆପଲ୍ଲୀ, ଦାରୁଭଦ୍ରା,ଦୁର୍ବନ୍ଧ, ଗୋଦରାପଲ୍ଲୀ, ସିକିରି, ରାଳବ, ନନ୍ଦିକ, ଧୋବାଡ଼ି, ବେଲଗାଁ ପ୍ରଭୃତି ଶୈବପୀଠ ଗୁଡ଼ିକରେ ମହା ଆଡ଼ମ୍ବର ସହକାରେ ଜାଗରଯାତ୍ରା ପାଳନ କରାଯାଇଛି ।