ବାଣପୁର ବଡ଼ସିରେଇପୁର ଯୌତୁକ ଜନିତ ବଧୁ ହତ୍ୟା

ବାଣପୁର (ଯୁଗାଦ୍ଦ ନ୍ୟୁଜ) ,ଯୌତୁକ ପାଇଁ ସ୍ବାମୀ ନିତ୍ୟାନନ୍ଦ ସ୍ତ୍ରୀ ଗାୟତ୍ରୀ ଉପରେ ଆଗରୁ ନିର୍ଯାତନା ଦେଇ ଆସୁଥିଲା ଏ ବିଷୟ ରେ ଗତକାଲି ସନ୍ଧ୍ୟାରେ ବାଣପୁର ଥାନା ରେ ଉଭୟ ପକ୍ଷ ଭଦ୍ର ଲୋକ ବସି ଏକ ପ୍ରକାର ସମାଧାନ ହୋଇଥିଲେ ମଧ୍ୟ ରାତି ରେ ଗାୟତ୍ରୀକୁ ନେଇ ସ୍ଵାମୀ ଯାଇଥିଲେ କିନ୍ତୁ ରାତିରେ ସ୍ଵାମୀ ନିତ୍ୟାନନ୍ଦ ଶଶୁର ଘରକୁ ଖବର ଦେଲେ ଝିଅ ବିଷ ପିଇଦେଇଛି । ଅଧିକ ଯୌତୁକ ଦାବିରେ କିଛିଦିନ ହେଲା ଗ୍ୟାୟତ୍ରୀ କୁ ନିର୍ଯାତନା ଦିଆଯାଉଥିଲା । ଗାୟତ୍ରୀ କୁ ବାଣପୁର ମେଡିକାଲ ପରେ ପରେ ଭୁବନେଶ୍ୱର ନେବା ରାସ୍ତାରେ ଚାଲିଯାଇଥିଲା ଗାୟତ୍ରୀ ର ଜୀବନ। ମା ଝିଲି ସ୍ବାଇଁ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ବାଣପୁର ଥାନା କେଶ ନ-୧୪୩ । ୧୯ ରେ ଏକ ମାମଲା ରୁଜୁ କରି ସ୍ୱାମୀ ନିତ୍ୟାନନ୍ଦ ସହ ଆଉ ଦୁଇ ଜଣକୁ ଗିରଫ କରିଛନ୍ତି