କ୍ରେଡିଟ କୋପରେଟିଭରେ ଜମା ସଂଗ୍ରହରେ ଅନିୟମିତତା ଅଭିଯୋଗ

କେନ୍ଦ୍ରାପଡା ୪: କ୍ରେଡିଟ କୋପରେଟିଭ ସୋସାଇଟିର ଜମାରାଶି ସଂଗ୍ରହରେ ବଢ ଧରଣର ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଅଭିଯୋଗ ପାଇବା ପରେ ଓ ବିଭିନ୍ନ ଗଣମାଧ୍ୟମରେ ସମ୍ବାଦ ପରିବେଷଣ ହେବାପରେ ରାଜ୍ୟ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସେହି ଅଭିଯୋଗର ତୁରନ୍ତ ତଦନ୍ତ କରିବାକୁ ରାଜ୍ୟ ସମବାୟ ସମିତି ସମୂହର ନିବନ୍ଧକଙ୍କୁ ନିର୍ଦେଶ ଦେଇଛନ୍ତି । ମନ୍ତ୍ରୀଙ୍କ ନିର୍ଦେଶ ପାଇବା ପରେ ସମବାୟ ସମିତି ସମୂହର ନିବନ୍ଧକ ଅଭିଯୋଗର ପ୍ରତ୍ୟେକ ଦିଗକୁ ତଦନ୍ତ ପରିସରଭୁକ୍ତ କରି ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ଡି.ଆର.ସି.ଏସ.ଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି । ଏଠାରେ ସୂଚନା ଯୋଗ୍ୟ ଯେ ୨୦୦୦ ମସିହା ଠାରୁ ୨୦୧୫ମସିହା ମଧ୍ୟରେ କେସିସି ଏକଶହ କୋଟି ଟଙ୍କା ଜମା ସଂଗ୍ରହ କରିଥିବା ଦାବି କରୁଥିବା ବେଳେ ୨୦୧୯ ମସିହାରେ କେସିସିର ଜମାରାଶି ୨୬୦କୋଟି ଟଙ୍କା ଯାଏ ପହଁଚି ଥିବା ସୋସାଇଟି ଦାବି କରିଥିଲା । ବିମୁଦ୍ରାକରଣ ସମୟରେ ଅନେକ ଲୋକ ସୋସାଇଟିରେ ସେମାନଙ୍କ କଳାଟଙ୍କା ଜମା ରଖିଥିବାରୁ ଅଚାନକ ସୋସାଇଟିରେ ଏଭଳି ଜମାରାଶି ସଂଗ୍ରହ ବୃଦ୍ଧି ପାଇଥିବା ସମ୍ପର୍କରେ ହର ପ୍ରସାଦ ମିଶ୍ର, ଶିବ ପ୍ରସାଦ ଜେନା,ସୁବ୍ରତ ମହାରଣା ପ୍ରମୁଖ କେନ୍ଦ୍ରାପଡା ଜିଲ୍ଲାର ବହୁ ଜମାକାରୀ ସମବାୟ ସମିତି ସମୁହର ନିବନ୍ଧକଙ୍କୁ ଅଭିଯୋଗ କରିଥିଲେ । ଏତଦବ୍ୟତିତ ଜମା ସଂଗ୍ରହରେ ସମବାୟ ସମିତି ଆଇନର ଉଲଙ୍ଘନ କରାଯାଇଥିବା ନେଇ ସେମାନେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ଦାବି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ