ଏରେଡା ବଢେଇ ସାହିରୁ ଗଳଦାରୀ ଆରଡି ରାସ୍ତା ପାଶ୍ୱର୍ରେ ହାତ ଗଣତି ଗଛ ଲଗାଇ ଲକ୍ଷାଧିକ ଟଙ୍କା ଆତ୍ମସାତ

ନାଉଗାଁ, : ରାଜ୍ୟ ସରକାର ଓ ବନ ବିଭାଗର ମିଳିତ ଉଦ୍ୟମରେ ନାଉଗାଁ ବ୍ଳକ ଅନ୍ତର୍ଗତ ଗଳଦାରୀ ପଂଚାୟତରେ ବୃକ୍ଷରୋପଣ କରାଯାଇଛି । ବୃକ୍ଷରୋପଣ ଦ୍ୱାରା ପରିବେଶ ସୁରକ୍ଷା ସହିତ ନଦୀ ବନ୍ଧକୁ ସୁରକ୍ଷା ଦେବା ଉର୍ଦ୍ଦେଶ୍ୟରେ ୨୦୧୮-୧୯ ଆର୍ôଥକ ବର୍ଷରେ ଏହି କାର୍ଯ୍ୟକ୍ରମ କରିବା ପାଇଁ ବନ ବିଭାଗକୁ ଦାୟିତ୍ୱ ଦିଆଯାଇଥିଲା । ବୃକ୍ଷରୋପଣ କାର୍ଯ୍ୟକ୍ରମ ଏରେଡା ବଢେଇ ସାହି ଠାରୁ ଗଳଦାରୀ ସାଇ ମନ୍ଦିରର ଆରଡି ରାସ୍ତା ପାଶ୍ୱର୍ରେ କରାଯିବା ପାଇଁ ପ୍ରକଳ୍ପ ନାମ ରଖାଯାଇଥିଲା । କାର୍ଯ୍ୟକ୍ରମକୁ ପାଇଁ ଉକ୍ତ ଆର୍ଥିକ ବର୍ଷରେ ପତ୍ର ସଂଖ୍ୟା ୨୩୮/୨୬ ଜୁନ ୨୦୧୮ରେ ପ୍ରଥମ ପ୍ରର୍ଯ୍ୟାୟରେ ୪ଲକ୍ଷ ୧ହଜାର ୪୪ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିଲା । ଏଥିରେ ୧କମି ଦୁରତା ବିଶିଷ୍ଟ ରାସ୍ତାରେ ୪ ଧାଡି ବୃକ୍ଷରୋପଣ କରାଯିବା ନିୟମ କରାଯାଇଥିଲା ।ଏହି ଅନୁଦାନରେ ଗଛ ଲଗାଯିବା ସହିତ ଗଛର ରକ୍ଷଣାବେକ୍ଷଣ ବାବଦରେ ଖର୍ଚ୍ଚ କରାଯିବ । ଏହି କାର୍ଯ୍ୟକ୍ରମ ମନରେଗା ଯୋଜନା ମାଧ୍ୟମରେ ଜବକାର୍ଡ ଧାରୀମାନେ ଅଣକୁଶଳୀ ଶ୍ରମିକ ଭାବେ ନିୟୋଜିତ ହୋଇ କାର୍ଯ୍ୟ କରିବା ପାଇଁ ନିୟମ ରହି ଥିବାରୁ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଅଣକୁଶଳୀ ଶ୍ରମିକ ବାବଦରେ ୧ଲକ୍ଷ ୬୫ହଜାର ୯୮୪ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ମ୍ୟାଟେରିଆଲ ବାବଦକୁ ୨ ଲକ୍ଷ ୨୯ ହଜାର ୬୯୮ ଟଙ୍କା ଖର୍ଚ୍ଚ କରାଯାଇଛି । ଏଥିରେ ୧୫୩ ଜଣ ଜବକାର୍ଡଧାରୀଙ୍କୁ ନେଇ ୯୧୨ କାର୍ଯ୍ୟ ଦିବସରେ କରାଯାଇଥିବା ଏମଏନଆରଜିଏସ ଅନଲାଇନ ପୋଟାଲରୁ ତଥ୍ୟ ହସ୍ତଗତ ହୋଇଛି । ସେହିପରି ଉକ୍ତ ପ୍ରକଳ୍ପର ରକ୍ଷାଣବେକ୍ଷଣ ବାବଦକୁ ୨୦୧୯-୨୦ ଆର୍ôଥକ ବର୍ଷରେ ୨ୟ ପର୍ଯ୍ୟାୟରେ ପତ୍ର ସଂଖ୍ୟା-୫୨୪/୧୨.୭ ୨୦୧୯ରେ ୧ଲକ୍ଷ ୮୦ ହଜାର ୭ଶହ ଟଙ୍କା ଅର୍ଥ ମଂଜୁର କରାଯାଇଛି । ମ୍ୟାଟେରିଆଲ ବାବଦକୁ ୯୪ ହଜାର ୫୫୪ଟଙ୍କା ଓ ଅଣକୁଶଳୀ ଶ୍ରମିକ ବାବଦକୁ ଖର୍ଚ୍ଚ ୬୬ ହଜାର ୫୫୨ ଟଙ୍କା ଖର୍ଚ୍ଚ କରାଯାଇଥିବା ପୋର୍ଟାଲରେ ଦର୍ଶାଯାଇଛି । ଉକ୍ତ ପ୍ରକଳ୍ପ ଉପରେ ପ୍ରର୍ଯ୍ୟାୟ କ୍ରମେ ଅନୁଦାନ ଖର୍ଚ୍ଚ କରାଯାଉଥିବା ବେଳେ ରାସ୍ତା ପାଶ୍ୱର୍ରେ ହାତ ଗଣତି କେତୋଟି ଗଛ ରହିଥିବା ଦେଖାଯାଇଛି । ତେବେ ଗଛ ନଥିବା ବେଳେ ଏତେ ଟଙ୍କା କିପରି ଖର୍ଚ୍ଚ କରାଯାଉଛି ଯାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅପରପକ୍ଷେ ବନ ବିଭାଗ ପକ୍ଷରୁ ବୃକ୍ଷରୋପଣ କରାଯାଇଥିଲେ ମଧ୍ୟ କୌଣସି ସୂଚନା ଫଳକ ଉକ୍ତ ସ୍ଥାନରେ ଲଗାଯାଇ ନଥିବା ଦେଖିବାକୁ ମିଳୁଛି । ଯାହାକି ଉକ୍ତ ପ୍ରକଳ୍ପ ପାଇଁ କେତେ ଟଙ୍କା ଆସିଛି କେଉଁ କେଉଁ ବାବଦରେ ଖର୍ଚ୍ଚ ହେବା ତାହା ସାଧାରଣରେ ଜଣାପଡୁନାହିଁ । ସେହିପରି ଆବଶ୍ୟକୀୟ ଅନୁସାରେ ବୃକ୍ଷରୋପଣ କରା ନଯାଇ କେତେକ ହାତ ଗଣତି ଗଛ ଲଗାଯାଇଥିବା ବେଳେ ସେଗୁଡିକର ମଧ୍ୟ ଠିକ ଭାବେ ଯତ୍ନ ନିଆଯାଉନାହିଁ । ବୃକ୍ଷରୋପଣ ନାମରେ ଲକ୍ଷାଧିକ ଟଙ୍କା ଆତ୍ମସାତ ହେଉଥିବା ଜଣାଯାଇଛି । ଏ ବିଷୟରେ ରାଜନଗର ବନଖଣ୍ଡ ସହାୟକ ସଂରକ୍ଷଣ ଅଧିକାରୀ ଅଧିର ବେହେରାଙ୍କୁ ପଚାରିବାରୁ ଏବିଷୟରେ ସେ କିଛି ଅବଗତ ନଥିବା କହିଥିବା ବେଳେ ଯାହାର ଏହି ବାବଦରେ ଅଭିଯୋଗ କରିବାର ଅଛି ଲିଖିତ ଭାବେ ଜଣାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ