ଦେଶରେ ଚାଲିଛି ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ

(ଯୁଗାଦ୍ଦ ନ୍ୟୁଜ) , ଆଜି ସପ୍ତମ ତଥା ଅନ୍ତିମ ପର‌୍ୟ୍ୟାୟରେ ଚାଲିଛି ଦେଶରେ ସାଧାରଣ ନିର୍ବଚନ । ଏହି ପର‌୍ୟ୍ୟାୟରେ ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ୯୧୮ ଜଣ ପାର୍ଥୀଙ୍କ ଭାଗ୍ୟ ନିର୍ଦ୍ଦାରଣ କରିବେ ୧୦ କୋଟିରୁ ଅଧିକ ଭୋଟର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମନୋଜ ସିହ୍ନା, ଅଫଜାଲ ଅଂସାର, ରବିଶଙ୍କର ପ୍ରସାଦ.ଶତ୍ରୁଘ୍ନ ସିହ୍ନା, ରାମକୃପାଲ ଯାଦବ. ସନି ଦେଓଲ ସହିତ ଅନେକ ହେବିଓ୍ଵେଟ୍ ନେତା ଅଛନ୍ତି। ରବିଶଙ୍କର ପ୍ରସାଦ, ପଞ୍ଜାବର ପୁର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲ., ସୁନିଲ ଜାଖଡ.କେନ୍ଦ୍ରମନ୍ତ୍ରୀ ହରସିମରତ କୌର, କେନ୍ଦ୍ର ମନ୍ତ୍ରୀ ହରଦୀପ ପୂରୀ.ଓ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ପତ୍ନୀ ପରନୀତ କୌର,ରୁ ନିର୍ବାଚନ ଲଢୁଛନ୍ତି। ଅନ୍ୟପଟେ ହିମାଚଳ ପ୍ରଦେଶର ହମିରପୁର ସିଟରୁ ତିନି ଥର ସାଂସଦ ହୋଇଥିବା ଅନୁରାଗ ଠାକୁର ମଧ୍ୟ ନିର୍ବାଚନ ଲଢୁଛନ୍ତି। ନିର୍ବାଚନୀ ଶେଷରେ ଏହି ସବ ନେତାଙ୍କ ଭାଗ୍ୟ ସିଲ ହେବ ଇଭିଏମରେ ଓ ଆସନ୍ତା ୨୩ ତାରିଖରେ ପ୍ରକାଶ ପାଇବ ନିର୍ବଚନ ଫଳାଫଳ ।ଶେଷ ପର‌୍ୟ୍ୟାୟରେ ଉତ୍ତର ପ୍ରଦେଶର ୧୩, ପଶ୍ଚିମବଙ୍ଗର ୯, ମଧ୍ୟ ପ୍ରଦେଶର ୮, ବିହାରର ୮, ଝାରଖଣ୍ଡର ୩, ପଞ୍ଜାବର ୧୩, ହିମାଚଳ ପ୍ରଦେଶର ୪ ଓ ଚଣ୍ଡିଗଡ଼ ସିଟରେ ଭୋଟ୍ ଗ୍ରହଣ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ