କୋଟିଏ ଟଙ୍କାର ବ୍ରାଉନସୁଗର ଜବତ

ଭୁବନେଶ୍ବର : ଖୋର୍ଦ୍ଧାରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି । କ୍ରାଇମବ୍ରାଞ୍ଚ ଏସଟିଏଫ ବ୍ରାଉନସୁଗର ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରେ ବ୍ରାଉନସୁଗର କାରବାରର ଏକ ବଡ଼ ଡିଲ୍ ଚାଲିଥିବାବେଳେ ଗତକାଲି କ୍ରାଇମବ୍ରାଞ୍ଚ ଏସଟିଏଫ ସୂଚନା ପାଇଥିଲା। ଗୁପ୍ତ ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ ଏସଟିଏଫ ଏହି ଚଢ଼ଉ କରିଥିବା ଜଣାପଡ଼ିଛି । ୧ କେଜିରୁ ଊର୍ଦ୍ଧ୍ୱ ଓଜନର ବ୍ରାଉନସୁଗର ଜବତ ହୋଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ