ମହିଳା ଡିଗ୍ରି ମହାବିଦ୍ୟାଳୟରେ କ୍ୟାରିୟର କାଉନସେଲିଂ ସେମିନାର
ଛତ୍ରପୁର : ମହିଳା ଡିଗ୍ରି ମହାବିଦ୍ୟାଳୟ ପରିସରରେ ଓକେସିଏଲ୍ ପକ୍ଷରୁ କ୍ୟାରିୟର କାଉନସେଲିଂ ସେମିନାର ଅଧ୍ୟକ୍ଷା ଡଃ.ସୁମିତା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓକେସିଏଲ୍ ର ଗଂଜାମ ଜିଲ୍ଲା ମୁଖ୍ୟ ଏସ୍.ରେଖା ଏବଂ ଗଜପତି ଜିଲ୍ଲା ମୁଖ୍ୟ ଶ୍ରୀକାନ୍ତ ମହାନ୍ତି ଯୋଗଦେଇ ଛାତ୍ରୀମାନଙ୍କୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିବା ପରେ କିପରି ବିଭିନ୍ନ ସୁଯୋଗ ନେଇ ନିଜନିଜ ପାଇଁ ଏକ ଉତ୍ତମ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣକରିପାରିବେ ସେଥିପାଇଁ ବିଶେଷ ଭାବରେ ବୁଝାଇଥିଲେ । ଅଧ୍ୟାପିକା କବିତା ସାହୁ, ବନୀତା ନାହାକ, ତପସ୍ୱିନୀ ପରିଡା,ଗୀତାଜଂଳି ସାମନ୍ତରାୟ ଓ ପି.ନାଗାମ୍ମା ପ୍ରମୁଖ ଉପସ୍ଥିର ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଛାତ୍ରୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ ସେମାନଙ୍କ ମଧ୍ୟରେ ଥିବା ସନ୍ଦେହ ମୋଚନ କରାଯାଇ ଉଚିତ ଦିଗଦର୍ଶନ ଦିଆଯାଇଥିଲ।।


