କରୋନା ରୁ ବଞ୍ଚିବା ପାଇଁ ସମୂହ ଦୀପ ଦାନ
ଭଂଜନଗର(ସନ୍ତୋଷ କୁମାର ଜେନା):ସବୁଠି କରୋନା ଆତଙ୍କ । ଚିନ ରୁ ଉତ୍ପତ୍ତି ଏହି କରୋନା ଭାରତରେ ମଧ୍ୟ କାୟା ବିସ୍ତାର କରିଥିବା ବେଳେ ସାଧାରଣ ରେ ଏହାକୁ ନେଇ ଖୁବ ଭୟଭୀତ ଅଛନ୍ତି ଲୋକେ । ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନତା ମଧ୍ୟ ଜାରି ରହିଛି । ଅନ୍ୟପକ୍ଷରେ ସୋଶିଆଲ ମିଡିଆରେ କିଛି ଗୁଜବ କୁ ନେଇ ଲୋକେ ବିଭିନ୍ନ ପ୍ରକାର କାର୍ଯ୍ୟ କରୁଥିବା ଦେଖାଯାଉଛି । କିଛି ଦିନ ପୂର୍ବରୁ ୭ଟି ତୁଳସୀ ପତ୍ର ଖାଇବା ଯୋରଧରିଥିବା ବେଳେ ଆଜି ସମୂହ ଦୀପ ଦାନ କଲେ ଏହା ଆକ୍ରମଣ କରିବ ନାହିଁ ବୋଲି ପ୍ରଚାର ହେବା ପରେ । ଦୀପଦାନ କରାଯାଉଥିବା ଦେଖିବା କୁ ମିଳିଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ର ବିଭିନ୍ନ ମନ୍ଦିର ଓ ଗାଁ ଚଉରା ଏପରିକି ଘର ସମ୍ମୁଖରେ ମଧ୍ୟ ଘିଅ ଦୀପ ଜଳାଉଥିବା ଦେଖିବାକୁ ମିଳିଛି ।


