ପ୍ରବାସୀ ଓଡିଆଙ୍କ କାମରେ ଆସୁନି “ଓଡ଼ିଶା ମୋ ପରିବାର ‘
କୋଦଳା (ଗୁଲସନ୍ କୁମାର କର):ଓଡିଶା ସରକାରଙ୍କ ପକ୍ଷରୁ ଓଡିଶା ମୋ ପରିବାର ଯୋଜନା ଆରମ୍ଭ କରାଯାଇଛି ।ପରିବେଶ, ସ୍ବାସ୍ଥ୍ୟ ଓ ପ୍ରବାସୀ ଓଡିଆଙ୍କ ବିପନ୍ନ ଉପରେ ପ୍ରାଧାନ୍ୟ ଦେଇ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଥିବା ବେଳେ ଏହି ଯୋଜନା ଏବେ ଦିଗହରା ହୋଇପଡିଥିବା ଅଭିଯୋଗ ହୋଇଛି। ମହାରାଷ୍ଟ୍ରର ମୁମ୍ବାଇରେ ଏହି ଯୋଜନା କୌଣସି କାମରେ ଲାଗୁନି ବୋଲି ଅଭିଯୋଗ କରିଛନ୍ତି ମୁମ୍ବାଇ ସ୍ଥିତ ଶ୍ରୀ ପ୍ରଜାପତି ମିତ୍ର ମଣ୍ଡଳର ଉପଦେଷ୍ଟା ସୂର୍ଯ୍ୟ ନାରାୟଣ ଗୌଡ଼।ପ୍ରଜାପତି ମିତ୍ର ମଣ୍ଡଳର ଉପଦେଷ୍ଟା ସୂର୍ଯ୍ୟ ନାରାୟଣ ଗୌଡ଼। ସୋମବାର ଗଂଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ରାଣୀପଡା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣାର ଖୁଲାସା କରାଯାଇଛି। ଗତ ମାର୍ଚ୍ଚ ୨ ତାରିଖରେ ରାଣିପଡା ଗ୍ରାମର ଗୌରାଙ୍ଗ ଗୌଡ଼ ନାମକ ଜଣେ ବ୍ୟକ୍ତି ମୁମ୍ବାଇ ଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ। ତେବେ ତୁରନ୍ତ ଏହି ସଂସ୍ଥାର ମୁଖ୍ୟ ଅରୂପ ପଟ୍ଟନାୟକ ଓ ଅନ୍ଯ ଜଣେ କର୍ମଚାରୀ ସତ୍ଯଜିତ ବାବୁଙ୍କୁ ସହାୟତା ପାଇଁ ନିବେଦନ କରାଯାଇଥିଲେ ମଧ୍ୟ ସେମାନେ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ କୌଣସି ସହଯୋଗ କରି ନଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ନିକଟ ସମ୍ପର୍କୀୟ ଓ ପ୍ରଜାପତି ମିତ୍ର ମଣ୍ଡଳର ଉପଦେଷ୍ଟା ସୂର୍ଯ୍ୟ ନାରାୟଣ ଗୌଡ଼।ଏପରିକି ମୃତକଙ୍କ ଶବ ନିକଟକୁ ମଧ୍ଯ ସଂସ୍ଥାର କୌଣସି କର୍ମଚାରୀଙ୍କ ଦେଖା ମିଳି ନ ଥିଲା। ପରିବାର ଲୋକେ ବହୁ କଷ୍ଟରେ ମୃତ ଗୌରାଙ୍ଗକଂ ମରଶରୀରକୁ ମୁମ୍ବାଇ ବିମାନ ବନ୍ଦରରୁ ଭୂବନେଶ୍ବର ବିମାନ ବନ୍ଦରକୁ ଆଣିଥିଲେ ଏବଂ ଆମ୍ବୁଲାନ୍ସ ପାଇଁ ମଧ୍ୟ ଅନେକ ହଇରାଣ ହରକତ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଗାଁ କୁ ଶବ ଆସିଯିବା ପରେ ଏବଂ ଶବ ଦାହ କରାଯାଉଥିବା ବେଳେ ୯୯୮୭୮୫୬୭୮୦ ନମ୍ବରରୁ କଲ ଆସିଥିଲା ଏବଂ ଓଡିଶା ମୋ ପରିବାର ପକ୍ଷରୁ ସବୁ ଠିକ୍ ସେବା ମିଳିଲାକି ବୋଲି ପଚରାଯାଇଥିଲା। ଯାହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ସୂର୍ଯ୍ୟ ନାରାୟଣ। ପ୍ରବାସୀ ଓଡିଆ ମାନେ ମଧ୍ୟ ଏଭଳି ଘଟଣାକୁ ନିନ୍ଦା କରିବା ସହିତ ଓଡିଶା ମୋ ପରିବାର ଯୋଜନା କାହା ସ୍ବାର୍ଥରେ ବୋଲି ପ୍ରଶ୍ନ କରିଛନ୍ତି। ମୃତ ଗୌରାଙ୍ଗ ଅତି ଗରିବ ଶ୍ରେଣୀର ବ୍ଯକ୍ତି ହୋଇଥିବା ବେଳେ ତାଙ୍କର କୌଣସି ସନ୍ତାନ ନାହାନ୍ତି। ସ୍ବାମୀକଂ ରୋଜଗାରରେ ଚଳୁଥିବା ସ୍ତ୍ରୀ ଏବେ ବେସାହାରା ହୋଇ ପଡିଛନ୍ତି ।ରାଜ୍ୟ ସରକାର ଏହି ଯୋଜନାରେ ପାଣ୍ଠି ମଧ୍ୟ ରଖାଯାଇଛି ଏବଂ ପ୍ରବାସୀ ଓଡିଆଙ୍କୁ ଏହି ଯୋଜନା ବେଶ୍ ଲାଭଦାୟକ ହେବ ବୋଲି ବେନର୍ ପୋଷ୍ଟରରେ କୁହାଯାଉଥିବା ବେଳେ ମୃତ ଗୌରାଙ୍ଗକଂ ପାଇଁ ଏହି ଯୋଜନା ପ୍ରତାରଣା ସଦୃଶ ହୋଇଛି ବୋଲି ଅଭିଯୋଗ ହୋଇଛି। ରାଜ୍ୟ ସରକାର ଘଟଣାକୁ ନେଇ ତଦନ୍ତ କରିବା ସହ ଏହି ବିଭାଗରେ କାର୍ଯ୍ୟରତ ଅଧିକାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବି କରାଯାଇଛି।