କାନାଡା ପ୍ରଧାନମନ୍ତ୍ରୀଙ୍କ ପତ୍ନୀ କରୋନା ଆକ୍ରାନ୍ତ

କାନାଡା : କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିସ୍‌ ଟ୍ରୁଡୋଙ୍କ ପତ୍ନୀ ସୋଫି ଟ୍ରୁଡୋ। ଗୁରୁବାର ତାଙ୍କ ଦେହରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା। ରିପୋର୍ଟରେ କରୋନା ପଜିଟିଭି ମିଳିବା ପରେ ତାଙ୍କୁ ସେଲ୍ଫ ଆଇସୋଲେସନ୍‌ରେ ରଖାଯାଇଛି। ଶୁକ୍ରବାର କାନାଡା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଏହି ସମ୍ପର୍କିତ ଔପଚାରିକ ସୂଚନା ମିଳିଛି। ତେବେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଅଛି। ତାଙ୍କ ଦେହରେ କରୋନାର ଲକ୍ଷଣ ଦେଖିବାକୁ ମିଳିନାହିଁ । ଆଗାମୀ ୧୪ ଦିନ ଯାଏଁ ସୋଫି ଆଇସୋଲେସନ୍‌ରେ ରହିବା ସହିତ ତାଙ୍କର ଚିକିତ୍ସା ଜାରି ରହିବ। ଅପରପକ୍ଷରେ କାନାଡା ପ୍ରଧାନମନ୍ତ୍ରୀ ଅନ୍ୟ ଏକ ଘରେ ରହିବେ। ତାଙ୍କ ସ୍ବାସ୍ଥ୍ୟ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ସୂଚନା ରହିଛି ।
କାନାଡାରେ କରୋନା ଭାରଇସ୍‌ର ବୃଦ୍ଧି ହେତୁ କିଛି ଦିନ ହେବ ପ୍ରଧାନମନ୍ତ୍ରୀ ଘରେ କାର୍ଯ୍ୟ କରୁଛନ୍ତି । ଜଷ୍ଟିନ୍‌ ଟ୍ରୁଡୋ ଲଗାତାର ନିଜ ଘରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମସ୍ତ ବୈଠକ କରୁଛନ୍ତି । ଜଷ୍ଟିନ୍‌ ଟ୍ରୁଡୋ ଦେଶକୁ ସମ୍ବୋଧିତ କରି କରୋନା ଭାଇରସ ସମ୍ପର୍କରେ ତଥ୍ୟ ପ୍ରଦାନ କରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ