ପାରଳା ଆର୍‌.ଏମ୍‌.ସି ପୁରାତନ କୋଠାର ଜବରଦଖଲ ଉଚ୍ଛେଦ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ଜଙ୍ଗମ ସାହି ଛକ ନିକଟରେ ଥିବା ନିୟନ୍ତ୍ରୀତ ବଜାର କମିଟି (ଆର୍‌.ଏମ୍‌.ସି.)ର ପୁରାତନ କୋଠାଗୃହକୁ ଜବର ଦଖଲକୁ ଗତକାଲି ଉତ୍ସେଦ କରାଯାଇଛି । ଏହି ପୁରାତନ କୋଠାଗୃହ ବହୁ ବର୍ଷ ହେଲା ପଡି ରହିଥିବା ବେଳେ ସେଠାରେ ବହୁ ଦୋକାନ ଗୁଡିକ ଚାଲୁ ରହିଥିଲା ବା ଉକ୍ତ କୋଠାକୁ ନିଜ ଦଖଲରେ ରଖିଥିଲେ । ଆର୍‌.ଏମ୍‌.ସି. ପକ୍ଷରୁ ମାଜିଷ୍ଟେଟଙ୍କ ନିର୍ଦ୍ଦେଶ ପ୍ରକାରେ ପୋଲିସ ସୁରକ୍ଷା ସହ ମେସିନ ଲଗାଇ ଏହି କୋଠାଗୃହକୁ ଉଚ୍ଛେଦ କରାଯାଇଛି । ତେବେ ନିୟନ୍ତ୍ରିତ ବଜାର ସମିତି ପକ୍ଷରୁ ଏଠାରେ ନୂତନ ଭାବେ ଦୋକାନଗୃହ ଏବଂ ଅନ୍ୟାନ୍ୟ ବ୍ୟବସାୟ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ଜଣାପଡିଛି । ଏହି ଉଚ୍ଛେଦ କାର୍ଯ୍ୟରେ ମାଜିଷ୍ଟ୍ରେଟ ଭାବେ ସହକାରୀ ତହସିଲଦାର ଅଚ୍ୟୁତା ନନ୍ଦ ଜାନୀ ଉପସ୍ଥିତ ଥିବାବେଳେ ବ୍ୟାପକ ପୋଲିସ ମୁତୟନଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ