ବେଆଇନ ପଥର ଫୁଟା,ନିରବ ତହସିଲଦାର

କୁକୁଡାଖଣ୍ଡି:ଗ୍ରାମ ଭିତରେ ତାହା ପୁଣି ଲୋକକଂ ଘର ସମ୍ମୁଖରେ ଥିବା କିଛି ପଥର କୁ ବ୍ରହ୍ମପୁରର ଜଣେ ବ୍ୟବସାୟୀ ବେଆଇନ ଭାବେ ଉକ୍ତ ପଥର ଗୁଡିକୁ ଫୁଟାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।ସବୁ ଜାଣି ନିରବଦ୍ରଷ୍ଟା ସାଜିଛନ୍ତି ତହସିଲଦାର।ଗ୍ରାମ ମଧ୍ୟରେ ଜନ ବସତି ଅଞଳରେ କିପରି ବେଆଇନ ଭାବେ ପଥରଫୁଟା ଚାଲିଛି ତାହାକୁ ନେଇ ଉଠିଛି ପ୍ରଶ୍ନବାଚୀ।କକୁଡାଖଣ୍ଡି ତହସିଲ ଅଧିନ ପ୍ରତାପକୃଷ୍ନଚନ୍ଦ୍ରପୁର ଗ୍ରାମରେ ବ୍ରହ୍ମପୁପର ର ଜଣେ ବ୍ୟବସାୟୀ ଜାଗା କିଣିଛନ୍ତି।ସେଠାରେ କିଛି ପଥର ଥିବାରୁ ସେ ତାହାକୁ ବେଆଇନ୍ ଭାବେ ଫୁଟାଉଛନ୍ତି।ଯାହା ଦ୍ବାରାକି ପଥର ଗୁଡିକ ଘର ଉପରେ ପଡୁଛି ଏବଂ ଘର ଗୁଡିକ ଫଟା ଦେଉଛି।ଏନେଇ ଗ୍ରାମବାସୀ ରାଜସ୍ବ ନିରିଷକକୁଂ ଜଣାଇବାପରେ ୩୦ହଜାର ଟକାଂ ଜରିମାନା ଆଦାୟ କରିଥିଲେ ରାଜସ୍ବ ନିରିଷକ।କିନ୍ତୁ ତଥାପି ଫୁଟା ବନ୍ଦ କରୁନାହାନ୍ତି ଉକ୍ତ ବ୍ୟବସାୟୀ ଜଣକଂ ।କୁକୁଡାଖଣ୍ଡି ତହସିଲଦାର ଇପସିତା ପ୍ରିୟଦଶନୀ ମିଶ୍ର କହିଛନ୍ତି ଏନେଇ କିଛି ଅଭିଯୋଗ ଆସିନି।ଘଟଣା ସଂପକରେ ତଦନ୍ତ କରିବି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ