ଭାରତ ତଥା ବିଶ୍ବରୁ କରୋନା ରୋଗ ମୁକ୍ତ ନିମନ୍ତେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ବ୍ରହ୍ମପୁର: ଶନିବାର ଦିନ ମୀନ ସଂକ୍ରାନ୍ତି ଉପଲକ୍ଷେ ଦିବ୍ୟଜୀବନ ସଂଘ ଦ୍ୱାରା ଆଙ୍କୁଲି ଗ୍ରାମର କସ୍ତୁରୀ ସାହିରେ ଏକ ସ୍ୱତନ୍ତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ପ୍ରାତ ଜୟ ଗଣେଶ କୀର୍ତ୍ତନ, ଗୁରୁସ୍ତ୍ରୋତ୍ର, ଜପ,ଧ୍ୟାନ,ଅର୍ଚ୍ଚନା,୧୦୮ ଶ୍ରୀ ହନୁମାନ ଚାଲିଶା ପାଠ ସହ ବିଶ୍ବରୁ କରୋନା ରୋଗ ମୁକ୍ତ ନିମନ୍ତେ ମହା ମୃତ୍ୟୁଞ୍ଜୟ ମନ୍ତ୍ର, ସଫଳତା ମନ୍ତ୍ର, ଗାୟତ୍ରୀ ମନ୍ତ୍ର ପାଠ କରାଯାଇଥିଲା।ଦିବ୍ୟଜୀବନ ସଂଘ ଲାଞ୍ଜିପଲ୍ଲୀ ଶାଖାର ପ୍ରତିଷ୍ଠାତା ଯୋଗାଚାର୍ଯ୍ୟ ସ୍ୱାମୀ ହରିଶରଣାନନ୍ଦ ସରସ୍ବତୀ ମହାରାଜାଙ୍କ ଅଧକ୍ଷତାରେ ପାଳିତ ହୋଇଯାଇଛି।ବର୍ତ୍ତମାନ ସାରା ବିଶ୍ୱରେ କରୋନା ନାମକ ସଂକ୍ରମିତ ରୋଗ ଦିନକୁ ଦିନ ବ୍ୟାପିବାରେ ଲାଗିଛି।ତାହାକୁ ଶୀଘ୍ର ମୂଳପୋଛ କରାଇବା ନିମନ୍ତେ ବୀର ବଜରଙ୍ଗବାଲୀଙ୍କଠାରେ ପ୍ରାର୍ଥନା କରାଯାଇଥିଲା।ନିରନ୍ତର ହନୁମନ୍ତଙ୍କୁ ଅର୍ଥାତ ସଂସାରରେ ଯେତେ ପ୍ରକାର କଠିନରୁ କଠିନ ରୋଗ ଥାଉ ନା କାହିଁକି ଜଣେ ଭକ୍ତ ଶ୍ରଦ୍ଧା ନିଷ୍ଠା ବିଶ୍ୱାସ ଓ ଭାବର ସହ ହୃଦୟ ପୂର୍ବକ ପ୍ରାର୍ଥନା କରିବା ଦ୍ୱାରା ତାହା ନିଶ୍ଚିତ ଅତି ଶୀଘ୍ର ଭଲ ହେବା ସହିତ ରୋଗ ଓ ସଂକଟରୁ ମୁକ୍ତ ହୋଇଥାନ୍ତି।ଏହି କାର୍ଯ୍ୟକ୍ରମରେ ସ୍ୱାମୀ ଶିବାନନ୍ଦ ଓ ସ୍ୱାମୀ ଚିଦାନନ୍ଦ ବାଣୀକୁ ସାରା ବିଶ୍ୱରେ ପ୍ରଚାର ପ୍ରସାର ମାଧ୍ୟମରେ ଜନଙ୍କ ଠାରେ ପହଞ୍ଚାଇବା ସହ ସତ୍ୟ ଶାଶ୍ୱତ ସନାତନ ଧର୍ମକୁ ସାରା ବିଶ୍ବରେ ସ୍ଥାପନା କରିବା ଏକମାତ୍ର ଲକ୍ଷ୍ୟ।ସୁର ନର ମୁନି ସବ କେ ୟଃ ରୀତ ସ୍ୱାର୍ଥ ଲାଗି କରଇ ପର ପ୍ରୀତ ଅର୍ଥାତ ସଂସାରରେ ସାରା ଦୁନିଆରେ ସ୍ୱାର୍ଥ ନିମନ୍ତେ ଦେବତା, ମନୁଷ୍ୟ, ସାଧୁଗଣ ସମସ୍ତେ ସ୍ଵାର୍ଥ ନିମନ୍ତେ ହିଁ ପରସ୍ପର ସମ୍ପର୍କ ରଖିଥାନ୍ତି।ଯେଉଁଦିନ ସ୍ୱାର୍ଥ ବନ୍ଦ ହୋଇଯିବ ଏ ସଂସାର ଆଉ ଚାଲିବ ନାହିଁ।ତେଣୁ ସଂସାରକୁ ସ୍ୱାର୍ଥପର ବୋଲି ମଧ୍ୟ ପୁରାଣ ଶାସ୍ତ୍ରରେ କହିଥାନ୍ତି।ଏହି କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ବିଭୁପ୍ରସାଦ ସ୍ୱାଇଁ,ରିଙ୍କୁ ପୋଲାଇ, ସଙ୍କେତ କୁମାର ଦାଶ,ବାଦ୍ୟଯନ୍ତ୍ର ରେ ସଚ୍ଚିଦାନନ୍ଦ ବେହେରା,ପ୍ରଶାନ୍ତ ବିଶୋଇ,ଅନିତା ମିଶ୍ର,ହରାପ୍ରିୟା ମିଶ୍ର,ପ୍ରଶାନ୍ତ କୁମାର ମିଶ୍ର,ସନ୍ତୋଷ ମହାପାତ୍ର,ସସ୍ମିତା ମହାପାତ୍ର,ପୁରୋହିତ ରାମକୃଷ୍ଣ ମିଶ୍ର, ଇ.ସୀମାଞ୍ଚଳ,ଇ.ହୈମାବତୀ, ଇ.ସୁବୋଧ କୁମାର,ଶିବରାମ ସାହୁଙ୍କ ସମେତ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇଥିଲେ।ପରିଶେଷରେ ପ୍ରଶାନ୍ତ କୁମାର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ