ପୂର୍ବତନ ବିଧାୟକଙ୍କ ମଣୀବେଦ୍ରିକା ଆଶ୍ରମର ବାର୍ଷିକୋତ୍ସବ

କେନ୍ଦ୍ରାପଡା : ପୁରୁଷୋତ୍ତମପୁର ପଂଚାୟତର ବରହମପୁର ଗ୍ରାମର ମଣୀବେଦ୍ରିକା ଆଶ୍ରମର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରାପଡାର ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ ଏଥିରେ ଦଳୀୟ କର୍ମୀମାନଙ୍କ ସହିତ ଯୋଗଦେଇ ଆଶ୍ରିର୍ବାଦ ଭିକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଶ୍ରମର ମହନ୍ତ ବାବା ନରହରି ଦାଶ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅନନ୍ତ ସେଠୀ, ୱାର୍ଡ ସଭ୍ୟ ଗୁରୁଚରଣ ରାଉତ, ଅନନ୍ତ ରାଉତ, ଜିଲ୍ଲା ବିଜୁ ଜନତାଦଳ କୃଷକମୋର୍ଚ୍ଚାର ସଭାପତି ସୈାମେନ୍ଦ୍ର ଦାସ, ଗଣେଶ ନାୟକ, ଅଯ୍ୟୋଧ୍ୟାନାଥ ବିଶ୍ୱାଳ, ସମିତି ସଭ୍ୟ ମନୋରଞ୍ଜନ ଦାସଙ୍କ ସମେତ ଗ୍ରାମର ଅଧିବାସୀ ଓ ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ