ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

ଯୋଡ଼ା (ଯୁଗାଦ୍ଦ) : ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ଦେଓଝର ପନଚାୟତର ଦାଲାଦିରି ଗ୍ରାମରେ ଭୋଜିଭାତର ପ୍ରସ୍ତୁତି ସମୟରେ ବିଦ୍ୟୁତ ଆଘାତ ଲାଗି ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ପୋଲିସ ସୂତ୍ରରୁ ଜଣାପଡିଛି ଯେ ଉକ୍ତ ଗ୍ରାମର ପାଣ୍ଡି ମୁଣ୍ଡାଙ୍କ ଘର ଛାତ ଢଳେଇ କାର୍ଯ୍ୟ ଚାଲୁଥିବାରୁ ଘରେ ଭୋଜିଭାତର ଆୟୋଜନ ହୋଇଥିଲା । ସନ୍ଧ୍ୟାରେ ଛାତ ଢଳେଇ କାର୍ଯ୍ୟ ସାରିବା ପରେ ଲୋକମାନଙ୍କୁ ଖାଇବା ଦେବା ପାଇଁ ପାଣ୍ଡି ମୁଣ୍ଡାଙ୍କ ପୁଅ ବାବୁଲ୍ ମୁଣ୍ଡା(୨୪) ତାଙ୍କର ପୁରୁଣା ଘରକୁ ଖଲି ଚଉପଦି ଆଣିବାକୁ ଯାଇଥିଲେ । ହେଲେ ସେଠାରେ ବାବୁଲ୍ ମୁଣ୍ଡା କୌଣସି କାରଣରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ବାବୁଲ୍ ମୁଣ୍ଡାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ ହେଁ, ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବା ବିଲେଇପଦା ଫାଣ୍ଡି ଅଧିକାରୀ ରଂଜନ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି । ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ନଂ ୧୦/୨୦୧୯ ରୁଜୁ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ