ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ
ଯୋଡ଼ା (ଯୁଗାଦ୍ଦ) : କମଲପୁରଠାରେ ବୈତରଣୀ ନଦୀରେ ବୁଡି ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ପୋଲିସର ସୂଚନାନୁଯାୟୀ ଜଣାପଡିଛି ଯେ, ରବିବାର ସକାଳ ସମୟରେ କମଲପୁର ଗ୍ରାମର ରାମୁ ମହାକୁଡ(୩୨) ଗ୍ରାମ ନିକଟସ୍ଥ ବୈତରଣୀ ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ କୌଣସି କାରଣରୁ ସେ ନଦୀରେ ବୁଡି ଯାଇଥିଲେ । ପରେ ତାଙ୍କର ମୃତ ଦେହ ନଦୀରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ବାମେବାରୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ମୃତ ଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ଏକ ଅପମୃତ୍ୟୁ ମାମଲା ନଂ ୦୬/୨୦୨୦ ରୁଜୁ କରି ତଦନ୍ତ ଚଳାଇଛି ।


