ସାରା ବିଶ୍ବରେ କରୋନାର କର୍ଫ୍ୟୁ : ୬୦୦୦ ପାର୍ କଲା ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ : ଚୀନ୍ର ବୁହାନ ସହରରୁ କରୋନା ଭାଇରସ୍ ବ୍ୟାପି ସାରା ଦୁନିଆରେ କୋକୁଆ ଭୟ ସୃଷ୍ଟି କରିଛି। ଏପର୍ଯ୍ୟନ୍ତ ଦୁନିଆରେ ୧୫୭ ଦେଶରେ କରୋନା ଭାଇରସ ବ୍ୟାପି ସାରିଲାଣି। କରୋନାରେ ମୃତ୍ୟୁର ହାର ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ କରୋନା କବଳରେ ମୋଟ ୬,୫୧୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧,୬୯,୫୨୪ଜଣ ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଚୀନ୍ ପରେ ୟୁରୋପଠାରେ ସବୁଠୁ ଅଧିକ କରୋନା ବ୍ୟାପିଛି। ସ୍ପେନ୍ରେ ୧୦୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୟୁରୋପରେ ମୋଟ ୧,୯୦୭ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଇଟାଲୀରେ ସର୍ବାଧିକ ମୃତ୍ୟୁ ହୋଇଛି । ଇଟାଲୀରେ ରବିବାର ଦିନ ୩୬୮ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି। ମୋଟ ମୃତକଙ୍କ ସଂଖ୍ୟା୧୮୦୯ରେ ପହଞ୍ଚିଛି। ସେହିପରି କରୋନା ଆକ୍ରମଣରେ ୨୪ ହଜାର ୭୪୭ଜଣ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ଚୀନ୍ ପରେ କରୋନା ଭାଇରସ୍ ଯୋଗୁଁ ଇଟାଲୀରେ ସର୍ବାଧିକ ଆକ୍ରାନ୍ତ ଓ ମୃତ୍ୟୁ ହୋଇଥିବାର ସୂଚନା ରହିଛି।
ଇରାନ୍ରେ କରୋନା ଯୋଗୁଁ ୨୪ ଘଣ୍ଟାରେ ୧୧୩ଜଣ ମୃତ୍ୟୁ ହୋଇଥିବାବେଳେ ମୋଟ ମୃତକଙ୍କ ସଂଖ୍ୟା ୭୨୪ରେ ପହଞ୍ଚିଛି। ସେହିପରି ଏଥିରେ ଆକ୍ରାନ୍ତ ସଂଖ୍ୟା ୧୩,୯୩୮ରେ ପହଞ୍ଚିଛି। ସେହିପରି ସ୍ପେନ୍ରେ ୨୪ ଘଣ୍ଟା ମଧ୍ୟରେ ୧୧୩ ଜଣ ମୃତ୍ୟୁବରଣ କରିଥିବାବେଳେ ମୋଟ ୨୯୨ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ସ୍ପେନ୍ରେ ଆକ୍ରାନ୍ତଙ୍କ ସଖ୍ୟା ୭.୮୪୫ରେ ପହଞ୍ଚିଛି ।
ଭାରତରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ ହୋଇଥିବାବେଳେ ମହାରାଷ୍ଟ୍ରରେ ସର୍ବାଧିକ ୩୨ଜଣ ଆକ୍ରାନ୍ତ ରହିଛନ୍ତି। ସେହିପରି ଭାରତରେ ଏହି ରୋଗରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି ।


