ମଣିଷ ଭଳି ମାଛର ଦାନ୍ତ
ସମୁଦ୍ର କୂଳରେ ଚାଲିବା ସମସ୍ତଙ୍କୁ ପସନ୍ଦ । ସନ୍ଧ୍ୟା ସମୟରେ କ୍ଷଲାକମାନେ ନିଜ କାମରୁ ସମୟ ବାହାର କରି ସମୁଦ୍ରକୂଳକୁ ବୁଲି ଯାଇଥାନ୍ତି । ତେବେ ଆମେରିକାରେ ରହୁଥିବା ଜଣେ ମହିଳା ନିଜ ପୁଅକୁ ଧରି ସମୁଦ୍ର କୂଳ ଆଡ଼େ ବୁଲିଯାଇଥିବା ବେଳେ ଯେଉଁ ଆଶ୍ଚର୍ଯ୍ୟ କଲା ଭଳି ଜିନିଷ ଦେଖିଥିଲେ, ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ସୂଚନା ମୁତାବକ, ମିଲା ନିଜ ପୁଅକୁ ଧରି ସେଣ୍ଟ ସିମୋନ୍ସ ଆଇଲାଣ୍ଡକୁ ବୁଲିଯାଇଥିବାବେଳେ ସାମ୍ନାରେ ଏକ ମାଛକୁ ମରି ପଡ଼ିଥିବାର ଦେଖିଲେ । ପ୍ରଥମେ ସେ ଏହାକୁ ସାଧାରଣ ମାଛ ବୋଲି ଭାବି ଅଣ ଦେଖା କରୁଥିବା ବେଳେ ପରେ ନିଜ ପୁଅକୁ ଦେଖାଇବା ପାଇଁ ସେ ମାଛ ପାଖକୁ ଯାଇଥିଲେ । ସେଠାକୁ ଯିବା ପରେ ମାଛର ଦାନ୍ତ ଦେଖି ମିଲା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମାଛକୁ ଭଲ ଭାବରେ ଦେଖିବା ପରେ ମାଛର ଦାନ୍ତ ମଣିଷ ଭଳି ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହେବା ସହ ପୂର୍ବରୁ ଏଭଳି ଦୃଶ୍ୟ ଦେଖି ନଥିବା କହିଛନ୍ତି । ଏହା ସହ ମାଛର ଫଟୋ ସେ ଯାହାକୁ ବି ଦେଖାଇଥିଲେ, ସମସ୍ତେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ବୋଲି ମିଲା କହିଛନ୍ତି ।