ମାତ୍ର ୮ବର୍ଷ ବୟସରେ ୧୦୬ଟି ଭାଷା କହିପାରୁଛି ବାଳକ
ଆଜିକାଲି କୌଣସି ଜିନିଷ ବିଷୟରେ ଜାଣିବା ପାଇଁ ବା କିଛି ଶିଖିବା ପାଇଁ ଲୋକେ ଗୁଗଲର ବ୍ୟବହାର କରିଥାନ୍ତି । କିନ୍ତୁ ତାମିଲନାଡୁରେ ରହୁଥିବା ୮ ବର୍ଷୀୟ ବାଳକ ଗୁଗଲ ସାହାଯ୍ୟରେ ଯାହା ସମ୍ଭବ କରି ଦେଖାଇଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗୁଗଲରୁ ୧୦୬ ପ୍ରକାରର ଭାଷା ଶିଖି ଏବେ ଚର୍ଚ୍ଚାରେ ରହିଛନ୍ତି ନୀଲ । ନୀଲ ୧୦୬ ପ୍ରକାରର ଭାଷା ପଢ଼ିବା ସହ ଲେଖି ପାରୁଥିବାବେଳେ ୧୦ ପ୍ରକାରର ଭାଷା କହିପାରୁଥିବା ଜଣାପଡ଼ିଛି ।
ନିଉଜ୍ ଏଜେନ୍ସି ଏଏନ୍ଆଇକୁ ସାକ୍ଷାତକାର ଦେଇ ନୀଲ କହିଛନ୍ତି ଯେ, ମୁଁ ଜାଣିନାହିଁ ମୋ ମଧ୍ୟରେ ଏଭଳି ନୂଆ ନୂଆ ଭାଷା ଶିଖିବାର ଇଚ୍ଛା କେଉଁଠୁ ଆସିଲା । ମୁଁ ୧୦ ପ୍ରକାରର ଭାଷା ସ୍ପଷ୍ଟ ଭାବେ କହିପାରିବା ସହ ଏବେ ଅନ୍ୟ ୫ ପ୍ରକାରର ଭାଷା କହିବା ପାଇଁ ଚେଷ୍ଟା ଆରମ୍ଭ କରିସାରିଛି ବାଲି ସେ କହିଛନ୍ତି । ଅନ୍ୟ ଲୋକଙ୍କ ଭଳି ନୀଲଙ୍କ ବାପା ଶଙ୍କର ନାରାୟଣ ମଧ୍ୟ ନୀଲଙ୍କ ପ୍ରତିଭା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।