ଏପ୍ରିଲ ୧୫ ପର୍ଯ୍ୟନ୍ତ ବଢିଲା କରୋନା କଟକଣା

ଭୁବନେଶ୍ବର : ଓଡିଶାରେ କରୋନା ସତର୍କ ପାଇଁ ଜାରି କରାଯାଇଥିବା କଟକଣା ଅବଧିକୁ ଏପ୍ରିଲ୍ ୧୫ ଯାଏଁ ବଢାଇଦିଆଯାଇଛି । ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବାପରେ ଏହାର ମୁକାବିଲା ଲାଗି ଅଧିକ ତତ୍ପର ହୋଇପଡିଛନ୍ତି ରାଜ୍ୟ ସରକାର । ପୂର୍ବରୁ ରାଜ୍ୟର ଆସନ୍ତା ୩୧ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ମଲ ବନ୍ଦ କରାଯିବା ସହ ଜନଗହଳି ସ୍ଥାନରେ ୧୪୪ ଧାରା ଜାରି କରାଯାଇଥିଲା। ତେବେ ରାଜ୍ୟରେ ପ୍ରଶାସନ ନେଇଥିବା ସମସ୍ତ ପଦକ୍ଷେପକୁ ଆସନ୍ତା ଏପ୍ରିଲ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରିଛନ୍ତି ।କରୋନା ଭଳି ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର ରହିବା ସହିତ ଏହାକୁ ମାନିବା ପାଇଁ ଜନସାଧାରଣ ନିକଟରେ ଅପିଲ୍‌ କରିଛନ୍ତି ରାଜ୍ୟ ସରକାର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ