ଅଦିନିଆ ବର୍ଷା ଭାଙ୍ଗିଦେଲା ଚାଷିଙ୍କ ମେରୁଦଣ୍ଡ
କଳାହାଣ୍ଡି:ଖରା ବର୍ଷା ସିତ କାକର ସହି ନିଜର ଚାଷ ବିଳରେ ଡାଲି ଜାତୀୟ ଫସଳ ଅମଳ ପୁର୍ବରୁ ହୋଇଯାଇଛି ଚୂର୍ମାର। ଚାଷି ମୁଣ୍ଡ ଝାଳ ତୁଣ୍ଡେ ମାରି ଦିନ ରାତି ପରିଶ୍ରମ କରି ମୁଗ, ବିରି, ହରଡ ଆଦି ଚାଷ କରିଥିବା ବେଲେ ତାହା ସବୁ ଅଦିନିଆ ବର୍ଷା ଏବଂ କୁଆପଥର ମାଡ଼ରେ ସମ୍ପୁର୍ଣ୍ଣଭାବେ ନଷ୍ଟ ହୋଇଯାଇଛି ଡାଲି ଜାତୀୟ ଫସଲ । ଯାହାକୁ ନେଇ ଏବେ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି ଚାଷି ।ଏ ଦୃଶ୍ୟ ହେଉଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଓ ଏମ.ରାମପୁର ବ୍ଲକର । ଏହି ବ୍ଲକ ର ଶତାଧିକ ଏକର ଚାଷ ଜମିରେ ମୁଗ, ବିରି, କୋଳଥ, ହରଡ ଆଦି ଡାଲି ଜାତୀୟ ଫସଲ କରାଯାଇଥିବା ବେଳେ ସେସବୁ ବର୍ଷରେ ଭିଜି ନଷ୍ଟ ହୋଇଯାଇଛି । ଚାଷୀ ଦି ପଇସା ଆଶାରେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଚାଷି କରିଥିଲା ଚାଷ । କିନ୍ତୁ ଅଦିନିଆ ବର୍ଷା ସେସବୁକୁ ବିଗଡ଼ି ଦେଇଛି । କଲାହାଣ୍ଡି ରେ ୩/୪ ଦିନ ଲଗାତାର ବର୍ଷା ହେବାରୁ ଚାଷ ବିଲରେ ପାଣି ଜମି ସବୁ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଫଳରେ ଚିନ୍ତାରେ ପଡିଯାଇଛନ୍ତି ଚାଷି । ଏବେ ଅପେକ୍ଷା ସରକାରୀ ସହାୟତାକୁ ।କେତେ ବେଳେ ମରୁଡି ତ କେତେବେଳେ ବନ୍ୟା ପୁଣି କେତେବେଳେ ସରକାରଙ୍କ ଚାଷି ମାରଣ ନିତୀ ଚାଷିଙ୍କୁ ହନ୍ତସନ୍ତ କରୁଛି ତ କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ଭାଙ୍ଗି ଦେଇଛି ଚାଷିଙ୍କ ମେରୁଦଣ୍ଡ । ଜିଲ୍ଲାର କର୍ଲାମୁଣ୍ଡା ଓ ମ.ରାମପୁର ବ୍ଲକରେ ପ୍ରାୟ ୧୮ ଶହ ହେକ୍ଟର ଡାଲି ଜାତୀୟ ଚାଷ ହୋଇଥିବା ବେଳେ ଏବେ ସମ୍ପୁର୍ଣ୍ଣ କ୍ଷତି ହୋଇଯାଇଥିବା ଚାଷି କହିଛନ୍ତି । ଅପରପକ୍ଷେ କ୍ୟାମେରା ଆଗରେ କିଛି କହିବାକୁ ସରକାରୀ ବାବୁ ମନା କରିଦେଇଛନ୍ତି । ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରିଥିବା ଫସଲକୁ ନଷ୍ଟ କରିଦେଲା ଅଦିନିଆ ବର୍ଷା । ଏହାର ଆକଳନ କରି ସରକାର ତୁରନ୍ତ ଚାଷିଙ୍କୁ କ୍ଷତି ପୁରଣ ଦେବାପାଇଁ ଦାବି ହେଉଛି ।