ଜନମତକୁ ଗ୍ରହଣ କରିଛି ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି

ଭୁବନେଶ୍ୱର,(ଯୁଗାଦ୍ଦ ନ୍ୟୁଜ) : ଲୋକସଭା ଏବଂ ଓଡ଼ିଶା ବିଧାନ ସଭା ପାଇଁ ଅନୁଷ୍ଠିତ ୨୦୧୯ ସାଧାରଣ ର୍ବାଚନର ଜନମତକୁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି (ଆଇ.ସି.ପି.) ଗ୍ରହଣ କରିଛି । ନିର୍ବାଚନରେ ଭୋଟ୍ଦାନ ହାର ବୃଦ୍ଧି କରିବା, ୧୬ରୁ ୧୮ ବର୍ଷର ଯୁବକ,ଯୁବତୀମାନଙ୍କୁ ଭୋଟଦାନ ଅଧିକାର ଦେବା, ସମ୍ପୂର୍ଣ୍ଣ ହିଂସାମୁକ୍ତ ନିର୍ବାଚନ ପରି·ଳନା କରିବା,ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ଯୋଜନା ଓ ଅର୍ଥ ବ୍ୟବସ୍ଥା କରିବା, ଗୃହିଣୀ ଭତ୍ତା ପ୍ରଚଳନ କରିବା, କାର୍ଯ୍ୟରତ ଏବଂ ପୂର୍ବତନ ପୌର ପ୍ରତିନିଧି ଓ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କୁ ଉପଯୁକ୍ତ
ମର୍ଯ୍ୟାଦା, ଦରମା, ପେନ୍ସନ, ଫ୍ୟାମିଲ୍ ପେନ୍ସନ ଏବଂ କାର୍ଯ୍ୟାଳୟ ଦେବା, ୫୫ ବର୍ଷ ବୟସରୁ ବାର୍ଦ୍ଧକ୍ୟ ଭତ୍ତା ସର୍ବନିମ୍ନ ୧ ହଜାର ଟଙ୍କା ଦେବା ଏବଂ ବାର୍ଷିକ ୫୦ ଟଙ୍କା ବୃଦ୍ଧି କରିବା, ପର୍ଯ୍ୟାପ୍ତ ନିଯୁକ୍ତି ଦେବା, ସମ୍ପୂର୍ଣ୍ଣ ନିଶାମୁକ୍ତ ଓଡ଼ିଶା ଗଠନ କରିବା ଏବଂ ଏକ ସବଜୁ ଓ ଶୀତଳ ଓଡ଼ିଶା ଗଠନ ପାଇଁ ନୂତନ କେନ୍ଦ୍ର ସରକାର ଓ ନୂତନ ରାଜ୍ୟ ସରକାର ପ୍ରଥମ ମନ୍ତ୍ରୀ ପରିଷଦ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି (ଆଇ.ସି.ପି.)ର ସଭାପତି ରମେଶ ରାଉତ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ